Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବା ଅର୍ଥନୈତିକ ଶିଖର ସମ୍ମିଳନୀ ପାଇଁ ଦୁଇ ଦିନିଆ ଋଷ ଗସ୍ତରେ ମୋଦି
ଆଜିର ଖବର

ପୂର୍ବା ଅର୍ଥନୈତିକ ଶିଖର ସମ୍ମିଳନୀ ପାଇଁ ଦୁଇ ଦିନିଆ ଋଷ ଗସ୍ତରେ ମୋଦି

September 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଋଷ ଗସ୍ତରେ ଯାଇଛନ୍ତି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ପୂର୍ବା ଅର୍ଥନୈତିକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୋଦି ସକାଳୁ ଭ୍ଲାଡିଭୋଷ୍ଟକରେ ପହଞ୍ଚିବା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମୋଦିଙ୍କୁ ଗାର୍ଡ ଅଫ୍‌ ଅନର ସହିତ ସ୍ବାଗତ କରିଥିଲେ । ମୋଦି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ଋଷର ପୂର୍ବୀୟ ପ୍ରାନ୍ତ ଭ୍ଲାଡିଭୋଷ୍ଟକ୍‌ ଗସ୍ତ କରିଛନ୍ତି । ମୋଦି ଏହି ଅବସରରେ ସାଇବେରିଆନ ପକ୍ଷୀ ଗୁଜୁରାଟ ଉପକୂଳକୁ ଆସନ୍ତି ଏବଂ ମୁଁ ସାଇବେରିଆର ଭ୍ଲାଡିଭୋଷ୍ଟକ ଆସିଛି । ଉଭୟ ରାଷ୍ଟ୍ର ମଧ୍ୟରେ ରହିଥିବା ସମ୍ପର୍କ ଅତ୍ୟନ୍ତ ପୁରାତନ ଏବଂ ଦ୍ବିପାକ୍ଷିକ ଆଲୋଚନା ମଧ୍ୟରେ ଏହାକୁ ନୂତନ ସ୍ତରକୁ ନିଆଯାଇ ପାରିବ ବୋଲି ନିଜ ଅଭିଭାଷଣରେ ମୋଦି ପ୍ରକାଶ କରିଥିଲେ । ସେହିପରି ପ୍ରତିରକ୍ଷା କ୍ଷେତ୍ରକୁ ନେଇ ମୋଦି ଏବଂ ପୁତିନଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରାଳୟ ସୂତ୍ରରୁ ଜଣାପଡିଛି । ସେହିପରି ଭାରତର ମନୁଷ୍ୟକୃ୍ତ ମଙ୍ଗଳ ପ୍ରକଳ୍ପ ଗଗନାୟନକୁ ନେଇ ମଧ୍ୟ ଉଭୟ ନେତା ଆଲୋଚନା କରିବେ ବୋଲି ଜଣାପଡିଛି । ଭ୍ଲାଡିଭୋଷ୍ଟୋକ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ୫ମ ପୂର୍ବୀୟ ଅର୍ଥନୈତିକ ସମ୍ମିଳନୀରେ ଭାରତ ବ୍ୟତୀତ ଋଷ, ବ୍ରାଜିଲ୍‌, ଚୀନ୍‌ ଏବଂ ଦକ୍ଷିଣ ଆଫ୍ରିକା ଯୋଗ ଦେବେ । ଏହି ସମ୍ମିଳନୀ ବ୍ୟତୀତ ମୋଦି 20ତମ ଭାରତ-ଋଷ ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026

୨୦୨୬ରେ ଟିମ୍ ଇଣ୍ଡିଆ ଆଉ କେତେ ଟେଷ୍ଟ ଖେଳିବ?: WTC ଫାଇନାଲ୍ ପାଇଁ କେତେ ବିଜୟ ଆବଶ୍ୟକ?

July 31, 2026

ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟରେ କ୍ୟାବିନେଟ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ 

July 31, 2026

ଉପେନ୍ଦ୍ର କୁଶୱାହାଙ୍କ ପାଇଁ ବିଜେପି ର ତ୍ୟାଗ: ପୁଅ ଦୀପକ ପ୍ରକାଶଙ୍କୁ ଦେଲା ଏମଏଲସି ଆସନ

July 31, 2026
Latest News

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026

୨୦୨୬ରେ ଟିମ୍ ଇଣ୍ଡିଆ ଆଉ କେତେ ଟେଷ୍ଟ ଖେଳିବ?: WTC ଫାଇନାଲ୍ ପାଇଁ କେତେ ବିଜୟ ଆବଶ୍ୟକ?

July 31, 2026

ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟରେ କ୍ୟାବିନେଟ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ 

July 31, 2026

ଉପେନ୍ଦ୍ର କୁଶୱାହାଙ୍କ ପାଇଁ ବିଜେପି ର ତ୍ୟାଗ: ପୁଅ ଦୀପକ ପ୍ରକାଶଙ୍କୁ ଦେଲା ଏମଏଲସି ଆସନ

July 31, 2026

ଖୋଲିଲା ମା’ ଭଗବତୀଙ୍କ ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ମୋଟ ଦାନ ପରିମାଣ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.