ବିଜେଡି ପକ୍ଷରୁ ଏହାର ଜାତୀୟ ମୁଖପାତ୍ର, ମିଡିଆ ଟିମ୍ ସଦସ୍ୟ ଓ ପାନେଲିଷ୍ଟଙ୍କ ନାଁ ଘୋଷଣା କରାଯାଇଛି। ଦଳର ଜାତୀୟ ଗଣମାଧ୍ୟମ ସଂଯୋଜକ ଭାବେ ଡ. ସସ୍ମିତ ପାତ୍ରଙ୍କୁ ନିଯୁକ୍ତି କରାଯାଇଥିବାବେଳେ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି ଏମ୍ପି ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ସତ୍ୟନାରାୟଣ ସାହୁ। ସେହିପରି ଦଳର ମୁଖପାତ୍ର ଭାବରେ ଟିମ୍ରେ ରହିଛନ୍ତି ୧୪ଜଣ । ସେମାନଙ୍କ ମଧ୍ୟରେ ଦୁଇ ଜଣ ଏମ୍ପି ସ୍ଥାନ ପାଇଛି। ଏହି ଟିମ୍ର ସଦସ୍ୟମାନେ ହେଲେ ବିଧାୟକ ପ୍ରତାପ କେଶରୀ ଦେବ, ଦେବୀ ପ୍ରସାଦ ମିଶ୍ର, ଏମ୍ପି ପ୍ରଶାନ୍ତ ନନ୍ଦ, ଏ଼ମ୍ପି ରମେଶ ଚନ୍ଦ୍ର ମାଝି, ବିଧାୟକ ବ୍ୟୋମକେଶ ରାୟ, ସୁବାସ ଚୌହାନ, ସୁବାସ ସିଂ, ଆକାଶ ଦାସନାୟକ, ଅନୁଭବ ପଟ୍ଟନାୟକ, ଲେନିନ୍ ମହାନ୍ତି, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର ଓ ଭରଦ୍ୱାଜ ମିଶ୍ର ପ୍ରମଖ । ଏତଦବ୍ୟତୀତ ଟିଭି ବିତର୍କରେ ଭାଗ ନେବା ପାଇଁ ଏକ ପ୍ୟାନେଲିଷ୍ଟ ତାଲିକା ମଧ୍ୟ ଘୋଷଣା କରାଯାଇଛି । ଏହି ତାଲିକାରେ ବିଜେଡ଼ି ତରଫରୁ ୧୦ଜଣଙ୍କୁ ସାମିଲ୍ କରାଯାଇଛି । ମିହିର ମହାନ୍ତି, ଡ. ସନ୍ତୋଷ ଲେଙ୍କା, ବିଶ୍ୱଜିତ ମହାନ୍ତି, ସଞ୍ଜୟ ବାବୁ, ଡ.ହରିଶ ଚୌଧୁରୀ, ତପନ ଦାସ, ଦୁର୍ଗା ସାମନ୍ତରାୟ, ପ୍ରିୟବ୍ରତ ମାଝି, ଚକ୍ରଧର ଦାସ ଓ ଓମ୍ ପ୍ରକାଶ ସାହୁ ପ୍ରମୁଖ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।