ନୂତନ ମୋଟର ଯାନ ଆଇନକୁ ନେଇ ସାଧାରଣରେ ଆତଙ୍କ ଦେଖାଦେଇଥିବାବେଳେ ଏବେ ସାଧାରଣ ଜନତା ସରକାରୀ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଛନ୍ତି । ଗାଡ଼ି ଉପରେ ଜରିମାନା ନେଇ ଭୁବନେଶ୍ବରରେ ସାଧାରଣ ଲେକ ତାତିଛନ୍ତି । ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ହୋହଲ୍ଲା କରିଛନ୍ତି । ଫାଇନ ଆଦାୟ ବେଳେ ଭୁବନେଶ୍ବର ରାଜମହଲ ଛକରେ ପୋଲିସଙ୍କୁ ଜନତା ଘେରିଥିବାବେଳେ ପୋଲିସ ଗାଡ଼ିର କାଗଜପତ୍ର ଠିକ୍ ନଥିବା ଅଭିଯୋଗ କରିଛନ୍ତି । ରାଜମହଲ ଛକରେ ୩ଟି ଗାଡ଼ି ଅଟକାଇ ଲୋକମାନେ ବିରୋଧ କରିଥିବାବେଳେ ସେଠାରେ ଏକ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଛି । ମୋବସ୍, ବିଏମ୍ସି ଗାଡ଼ି ଓ ପୋଲିସ୍ ଗାଡ଼ି ଅଟକାଇ କାଗଜପତ୍ର ଯାଞ୍ଚ କରିଛନ୍ତି ଲୋକେ । ମୋ ବସ୍ ଓଭରଲୋଡିଂ କରିଥିବାବେଳେ ସିଟ୍ ବେଲ୍ଟ ବାନ୍ଧିନଥିବାର ଅଭିଯୋଗ ହୋଇଛି । ସେହିପରି ପୋଲିସ୍ ଗାଡ଼ି ସହ ୩ଟି ଗାଡ଼ିର କାଗଜପତ୍ର ଠିକ୍ ନଥିବାର ଅଭିଯୋଗ କରିଛନ୍ତି । ବିଏମ୍ସି ଗାଡ଼ି ଓ ପୋଲିସ୍ ଭ୍ୟାନର କାଗଜପତ୍ର ନଥିବା ଅଭିଯୋଗ । ଲୋକଙ୍କ ଆକ୍ରୋଶ ଦେଖି ବିଏମସି ଗାଡ଼ି ଛାଡ଼ି ଡ୍ରାଇଭର ଚମ୍ପଟ ମାରିଛି । ରାସ୍ତାଉପରେ ଗାଡ଼ି ଅଟକ ରହିବା ସହିତ ଲୋକମାନଙ୍କର ହୋହଲ୍ଲାରେ ଯାତାୟତ ପ୍ରଭାବିତ ହୋଇଛି ।