ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ସହିତ ଶାନ୍ତି ଆଲୋଚନା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବାରମ୍ବାର ବିସ୍ଫୋରଣ କରୁଥିବାରୁ ତାଲିବାନ ସହ ଶାନ୍ତି ଆଲୋଚନା ଅସମ୍ଭବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି । ଟ୍ରମ୍ପଙ୍କ ଏହି ଘୋଷଣା ପରେ ତାଲିବାନ-ଆମେରିକା ଶାନ୍ତି ଆଲୋଚନା ପ୍ରଭାବିତ ହେବାର ସମ୍ଭାବନା ହେବାର ସମ୍ଭାବନା ଦେଖାଦେଇଛି । ରବିବାର ଉଭୟ ରାଷ୍ଟ୍ର ମଧ୍ୟରେ କ୍ୟାମ୍ପ ଡେଭିଡ୍ରେ ଏକ ଶାନ୍ତି ଆଲୋଚନା ହେବାର ଥିଲା । ମାତ୍ର ଶନିବାର ଦିନ ଟ୍ବିଟ୍ଟର ଜରିଆରେ ଟ୍ରମ୍ପ ଆଲୋଚନା ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ଏହି ଆଲୋଚନା ପୂର୍ବରୁ ନିଜର ସ୍ଥିତି ଦୃଢ କରିବା ପାଇଁ ବିସ୍ଫୋରଣକୁ ମାଧ୍ୟମ କରୁଥିବାରୁ ଟ୍ରମ୍ପ ଏକାଧିକ ଟ୍ବିଟ୍ ଜରିଆରେ ତାଲିବାନ ଗୋଷ୍ଠୀକୁ ସମାଲୋଚନା କରିବା ସହିତ ଶାନ୍ତି ଆଲୋଚନା ବନ୍ଦ କରିବା ନେଇ ଘୋଷଣା କରିଥିଲେ ।