ଟ୍ରାଫିକ ଜରିମାନା ଆଦାୟକୁ ନେଇ ନିଜର ମତାମତ ଦେଇଛନ୍ତି କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଲୋକଙ୍କ ପାଇଁ ଧନଠାରୁ ଜୀବନ ବେଶୀ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି । ଗଡକରି କହିଛନ୍ତି ଯେ, ଲୋକମାନେ ନିୟମ ଭାଙ୍ଗୁଛନ୍ତି ତେଣୁ ସେମାନଙ୍କୁ ଜରିମାନା ଦେବାକୁ ପଡୁଛି । ମାତ୍ର ଯଦି କେହି ନିୟମ ନଭାଙ୍ଗନ୍ତି ତେବେ କାହାରିକୁ ଜରିମାନା ଭରିବାକୁ ପଡିବ ନାହିଁ । ଜରିମାନା ଟ୍ରାଫିକ୍ ବ୍ୟବସ୍ଥାରେ ସଚେତନତା ଆଣିବ ବୋଲି କହିଛନ୍ତି ଗଡକରୀ । ରେଡ୍ ଲାଇଟ ନିୟମ ଭାଙ୍ଗିବା ହେତୁ ଦୁର୍ଘଟଣା ହେଉଛି ଏବଂ ଜୀବନ ହାନୀ ହେଉଛି । ଯଦି ସେମାନେ ଆାଇନକୁ ଡରିବେ ତେବେ ନିୟମର ପାଳନ କରିବେ । ଆଗରୁ ଜରିମାନା ରାଶି କମ୍ ଥିବାରୁ ନିୟମ ଭାଙ୍ଗୁ ଥିଲେ । ଏବେ ନିୟମ କଡାକଡି ହୋଇଛି । ତେଣୁ ନିୟମ ଭାଙ୍ଗିବା ପୂର୍ବରୁ ଲୋକେ ଶହେ ଥର ଚିନ୍ତା କରିବେ । ଏହି ଜରିମାନା ବିଚାର କରି ଲାଗୁ ହୋଇଛି । ଏହା ଆାସିବା ପେର ଲୋକ ହେଲମେଟ,ଲାଇସେନ୍ସ ଓ ବୀମା ପାଇଁ ସଚେତନ ହୋଇଛନ୍ତି । ଏହା ଦ୍ବାର ହଜାର ହଜାର ଜୀବନ ବଞ୍ଚିଯିବ । ଲୋକ ତାଙ୍କର ଏହି ନୂତନ ଚିନ୍ତାଧାରା ସମାଲୋଚନା କରୁଛନ୍ତି କିନ୍ତୁ ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହି ନିୟମ ରହିବା ଅପରିହାର୍ଯ୍ୟ ବୋଲି ଗଡକରୀ କହିଛନ୍ତି ।