ୟୁରୋ କପ୍ 2020ର ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସର୍ବିଆକୁ 4-2 ଗୋଲ୍ରେ ପରାସ୍ତ କରିଛି ପର୍ତ୍ତୁଗାଲ । ପର୍ତ୍ତୁଗାଲ ପକ୍ଷରୁ ଓ୍ବିଲିୟମ୍ କାର୍ଭାଲୋ, ଗୋନ୍କାଲୋ ଗୁଏଡେସ୍, କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ବର୍ଣ୍ଣାର୍ଡୋ ସିଲ୍ଭା ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ପର୍ତ୍ତୁଗାଲ ପକ୍ଷରୁ ଓ୍ବିଲିୟମ୍ କାର୍ଭାଲୋ ମ୍ୟାଚ୍ର 42 ତମ ମିନିଟ୍ରେ ଗୋଲ ସ୍କୋର କରିଥିବା ବେଳେ ଗୋନ୍କାଲୋ ଗୁଏଡେସ୍ ମ୍ୟାଚ୍ର 58 ତମ ମିନିଟ୍ରେ ଗୋଲ୍ ସ୍କୋର କରିଥିଲେ । ଏହାପରେ ମ୍ୟାଚ୍ର 68 ତମ ମିନିଟ୍ରେ ନିକୋଲା ମିଲେଙ୍କାଭିକ୍ ଗୋଲ ସ୍କୋର କରି ମ୍ୟାଚ୍କୁ 2-1 ବ୍ୟବଧାନକୁ ଆଣିଥିଲେ । ଏହାପରେ ମ୍ୟାଚ୍ର 80 ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣର ଜରିଆରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଲ ସ୍କୋର କରି ଦଳର ଅଗ୍ରଣୀକୁ 3-1କୁ ବଢାଇଥିବା ବେଳେ 85 ତମ ମିନିଟ୍ରେ ଆଲେକ୍ଜାଣ୍ଡର ମିଟ୍ରୋଭିକ୍ ଗୋଲ୍ ସ୍କୋର କରି ମ୍ୟାଚ୍କୁ 3-2କୁ ନେଇ ଆସିଥିଲେ । ଏକ ମିନିଟ୍ ବ୍ୟବଧାନରେ ବର୍ଣ୍ଣାର୍ଡୋ ସିଲ୍ଭା ଅନ୍ତିମ ଗୋଲ ସ୍କୋର କରି ଦଳର ବିଜୟରେ ମୁଣ୍ଡି ମାରିଥିଲେ । ପର୍ତ୍ତୁଗାଲ ନିଜର ପରବର୍ତ୍ତୀ ମ୍ୟାଚ୍ ଲିଥୁଆନିଆ ବିପକ୍ଷରେ 11 ତାରିଖ ଦିନ ଖେଳିବ ।