ବାଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚିତ୍ରାଙ୍କନ, ଓଡିଆ ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ

Published: Sep 8, 2019, 2:42 pm IST

ସମୀକ୍ଷା ବ୍ୟୁରୋ

ବାଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚିତ୍ରାଙ୍କନ, ଓଡିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତା ଆଜି ୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ -ଆମ ଓଡିଶା ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ସମୁଦାୟ ୧୧ଟି ସ୍କୁଲର ୧୯୮ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଚିତ୍ରାଙ୍କନରେ ୭୫ ଜଣ, ହସ୍ତାକ୍ଷରରେ ୮୮ ଏବଂ ଭାଷାଜ୍ଞାନ-ପ୍ରବନ୍ଧରେ ୩୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚିତ୍ରାଙ୍କନରେ ଅଂଶଗ୍ରହଣ କରିଥିବା ବେଳେ ଷଷ୍ଠ-ସପ୍ତମ ଶ୍ରେଣୀର ପିଲା ଓଡିଆ ହସ୍ତାକ୍ଷର ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଓଡିଆ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଚିଲିକା ରିପୋର୍ଟସ ଆସୋସିଏସନ୍‌ର ସଭାପତି ସୁନୀଲ କୁମାର ସୁବୁଦ୍ଧିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାକୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ବସନ୍ତ କୁମାର ନାୟକ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍‌ଘାଟନ କରିଥିଲେ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ, ରାଜ୍ୟ ଓସ୍ତାର କାର୍ଯ୍ୟକାରୀଣୀ ସଦସ୍ୟ ଶିଶିର କୁମାର ଦାସ, ସୋମନାଥ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଜୟ ଲକ୍ଷ୍ମୀ ପଟ୍ଟନାୟକ ଏବଂ ବିଶିଷ୍ଟ ଚିତ୍ରକର ଭବାନୀ ଶଙ୍କର ସୁପକାର ପ୍ରମୁଖ ବିଚାରକ ଭାବରେ ଏହି ପ୍ରତିଯୋଗିତା ପରିଚାଳନା କରିଥିଲେ।

Related posts