Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜରିମାନାକୁ ଡରି ପୁତ୍ରକୁ ଗୃହବନ୍ଦୀ କଲେ ପିତା
ଆଜିର ଖବର

ଜରିମାନାକୁ ଡରି ପୁତ୍ରକୁ ଗୃହବନ୍ଦୀ କଲେ ପିତା

September 11, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସେପ୍ଟେମ୍ବର ୧ରୁ ଦେଶରେ ସଂଶୋଧିତ ନୂତନ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ଏହାକୁ ନେଇ ସାଧାରଣରେ ଆତଙ୍କ ଖେଳି ଯାଇଛି । ଏହି ନିୟମ ଅନୁସାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବାର ଦ୍ବାରା ପୂର୍ବାପେକ୍ଷାଠାରୁ ୧୦ଗୁଣ ଅଧିକ ଜରିମାନା ଦେବାକୁ ପଡୁଛି । ଏହି ନୂତନ ଟ୍ରାଫିକ୍‌ ନିୟମକୁ ନେଇ ଉତ୍ତରପ୍ରଦେଶର ଆଗରା ଥାନା ନିକଟସ୍ଥ ଏତ୍ମାଦୌଲ୍ଲା କ୍ଷେତ୍ରଠାରେ ଜଣେ ପିତା ତାଙ୍କ ନାବାଳାକ ପୁତ୍ରକୁ ଘରେ ବନ୍ଦୀ କରିଛନ୍ତି । ଯଶଓ୍ବନ୍ତନଗରର ଅଞ୍ଚଳରେ ରହୁଥିବା ଧର୍ମ ସିଂହ ନାମକ ଜଣେ ବ୍ୟକ୍ତି ତାଙ୍କର ଏକମାତ୍ର ପୁତ୍ର ମୁକେଶର ଜିଦ୍‌ ପାଇଁ ଦୁଇ ବର୍ଷ ପୂର୍ବେ ଏକ ମୋଟରସାଇକେଲ୍‌ କିଣିଥିଲେ ।  ଘରେ ବାଇକ୍‌ ଦେଖି ତାଙ୍କ ନାବାଳିକ ପୁତ୍ର ଏହି ଗାଡ଼ି ଚଲାଉଥିଲା । ଧର୍ମ ସିଂହ କାମକୁ ଯିବା ପରେ ତାଙ୍କ ପୁତ୍ର ମୁକେଶ ଗାଡ଼ି ନେଇ ବୁଲୁଥାଏ । ହଠାତ୍‌ ସଂଶୋଧିତ ନୂତନ ମୋଟର ଯାନ ଆଇନ୍‌ ଲାଗୁ ହୋଇଯିବା ପରେ ନିମ୍ନ ମଧ୍ୟବର୍ଗୀୟ ପରିବାରର ଧର୍ମ ସିଂହ ଜରିମାନାକୁ ଡରି ନାବାଳକ ପୁତ୍ରର ଗାଡ଼ି ଚଳାଇବା ଉପରେ ପ୍ରତିବନ୍ଧକ ଲଗାଇବା ସହିତ ତାଙ୍କୁ ନଜରବନ୍ଦୀ କରି ରଖିଥିଲେ । କିନ୍ତୁ ମୁକେଶ୍‌ ତାଙ୍କ ପିତାଙ୍କ କଥାକୁ ନ ମାନିବାରୁ ବାଧ୍ୟ ହୋଇ ଧର୍ମ ସିଂ ତାଙ୍କ ପୁତ୍ରକୁ ଘରେ ବନ୍ଦୀ କରି ରଖିଥିଲେ ।

ମୁକେଶ ଘରେ କିଛି ସମୟ ବନ୍ଦ ହୋଇ ରହିବା ପରେ ପୁଲିସ୍‌କୁ ଫୋନ୍‌ କରି ଏହି ସମ୍ବନ୍ଧୀୟ ସୂଚନା ଦେଇଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସେହି ଗୃହରୁ ମୁକ୍ତ କରିଥିଲେ । ତେବେ ପିତା ଓ ପୁତ୍ର ଉଭୟଙ୍କୁ ଥାନାରେ ରଖି ବୁଝାଇ ସୁଝାଇବା ପରେ ଉଭୟ ଘରକୁ ଫେରିଥିଲେ । ତେବେ ଧର୍ମ ସିଂହଙ୍କ ମତରେ ତାଙ୍କ ପୁତ୍ର ନାବାଳାକ ହୋଇଥିବାବେଳେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନାହିଁ । ଏପରି ଅବସ୍ଥାରେ ଗାଡ଼ି ଚଲାଇବା ଦ୍ବାରା ଜରିମାନାକୁ ନେଇ ଧର୍ମ ସିଂହ ଡରି ଯାଇ ତାଙ୍କ ପୁତ୍ରକୁ ଗୃହ ବନ୍ଦୀ କରିଥିଲେ । ସେହିପରି ମୁକେଶ୍‌ଙ୍କ କହିବାନୁଯାୟୀ ତାଙ୍କ ପିତା ବାଇକ୍‌ ଚଳାଇବା କାରଣରୁ ତାଙ୍କୁ ଘରେ ବନ୍ଦ କରି ରଖିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026
Latest News

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026

ରେଢ଼ାଖୋଲରେ ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.