କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂତନ ମୋଟରଯାନ ଆଇନକୁ ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶ ପରିବହନ ମନ୍ତ୍ରୀ । ପରିବହନ ମନ୍ତ୍ରୀ ଗୋବିନ୍ଦ ସିଂ ରାଜପୁତ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସାଧାରଣ ଲୋକଙ୍କୁ ଲୁଟିବା ନିମନ୍ତେ କେନ୍ଦ୍ର ସରକାର ଏହି ତୁଗଲକୀ ନିୟମ ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି ବୋଲି ରାଜପୁତ କହିଛନ୍ତି । ମହମ୍ମଦ ବିନ୍ ତୁଗଲକ ଯେପରି କର ବ୍ୟବସ୍ଥାରେ ବୃଦ୍ଧି ଘଟାଇ ନିଜ ସାମ୍ରାଜ୍ୟର ଅନ୍ତ ଘଟାଇଥିଲେ ବର୍ତ୍ତମାନର ବିଜେପି ସରକାର ନୂତନ ମୋଟର ଯାନ ଆଇନ ଲାଗୁ କରି ଟ୍ରାଫିକ୍ ଜରିମାନାର ପରିମାଣରେ ବୃଦ୍ଧି ଘଟାଇ ନିଜ ଶାସନର ଅନ୍ତ ଘଟାଇବାର ପ୍ରସ୍ତୁତି ଚଳାଇଛି ବୋଲି ରାଜପୁତ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର 1ରୁ ଏହି ନୂତନ ମୋଟରଯାନ ଆଇନ ଲାଗୁ କରାଯାଇଥିବା ବେଳେ କେବଳ ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ବ୍ୟତିତ ସମସ୍ତ ରାଜ୍ୟ ଏହି ନିୟମ ଲାଗୁ କରିଥିଲେ ।