ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନଙ୍କ ବିଷୋଦ୍ଗାର ଉପରେ ମୁହଁ ଖୋଲିଛନ୍ତି ଓଡିଶା କଂଗ୍ରେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି ନିରାଶ ହୋଇ ଇତୀଶ ଏଭଳି ମନ୍ତବ୍ୟ ଦେଇଛନ୍ତି । ତାଙ୍କ ମନ୍ତବ୍ୟରୁ ପିଲାଳିଆମୀ ସ୍ପଷ୍ଟ ବାରି ହୋଇପଡୁଛି । କେବଳ ଓଡିଶାରେ ନୁହେଁ ଦେଶର ବିଭିନ୍ନ ପ୍ରାନ୍ତରେ କଂଗ୍ରେସ ଖରାପ ପ୍ରଦର୍ଶନ କରିଛି । ନିଜେ ଇତୀଶ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ମାତ୍ର ପରାଜିତ ହୋଇଥିଲେ ତେଣୁ ଏଭଳି ମନ୍ତବ୍ୟ ତାଙ୍କୁ ଆଦୌ ଶୋଭା ଦେଉନାହିଁ । ଇତୀଶଙ୍କୁ ମିଳିଥିବା ଭୋଟର ପରିମାଣ ମଧ୍ୟ ସନ୍ତୋଷ ଜନକ ନୁହେଁ ଏହାର ଦୋଷ ସେ କାହାକୁ ଦେବେ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ଉଲ୍ଲେଖ ଯୋଗ୍ୟ ଯେ, ନିରଞ୍ଜନ ଦଳକୁ ବିକ୍ରି କରିଛନ୍ତି ଏବଂ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିରଞ୍ଜନ ଦାୟୀ ବୋଲି ଗତକାଲି ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନ ଅଭିଯୋଗ କରିଥିଲେ ।