Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର-ହରିୟାଣା ବିଧାନସଭା ବ୍ୟତୀତ ଦେଶର ୧୮ଟି ରାଜ୍ୟର ୫୧ଟି ବିଧାନସଭା ଆସନ ପାଇଁ ମତଦାନ ଜାରି
ଆଜିର ଖବର

ମହାରାଷ୍ଟ୍ର-ହରିୟାଣା ବିଧାନସଭା ବ୍ୟତୀତ ଦେଶର ୧୮ଟି ରାଜ୍ୟର ୫୧ଟି ବିଧାନସଭା ଆସନ ପାଇଁ ମତଦାନ ଜାରି

October 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
4th poll vote
4th poll vote

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସୋମବାର ପୂର୍ବାହ୍ଣ ୭ଟାରୁ ଆରମ୍ଭ ହୋଇଯାଇଛି। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ଏବଂ ହରିୟାଣାର ୯୦ ଆସନ ପାଇଁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ। ଏହା ବ୍ୟତୀତ ଦେଶର ୧୮ଟି  ରାଜ୍ୟରେ ୫୧ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପାଇଁ ମତଦାତା ଭୋଟ ଦେଉଛନ୍ତି। ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓ ଏହାର ସହଯୋଗୀ ଦଳ ‘ଶିବସେନା’ ଜିତିଥିବାବେଳେ ମହାରାଷ୍ଟ୍ରରେ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଆଶା ରଖିଛି। ତେବେ ଚଳିତ ବିଧାନସଭା ନିର୍ବାଚନ ଶିବସେନା ପାଇଁ ବିଶେଷ ଗୁରୁତ୍ବ ରଖୁଛନ୍ତି। ଚଳିତ ଥର ପ୍ରଥମ ଥର ପାଇଁ ଠାକ୍‌ରେ ପରିବାର ତରଫରୁ ଆଦିତ୍ୟ ଠାକରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଠାକରେ ବର୍ଲି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ସେହିପରି ଭାରତୀୟ ଜନତା ପାର୍ଟି ହରିୟାଣାରେ ମଧ୍ୟ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଅଙ୍କ କଷୁଛି। ବିରୋଧୀ ଦଳମାନେ ଯଦିଓ ଦମଦାର ନିର୍ବାଚନ ପ୍ରଚାର କରିଛନ୍ତି ତଥାପି କିଛି ନେତା ଅସନ୍ତୁଷ୍ଟ ଥିବାରୁ ଦଳ ପାଇଁ ବିପଦ ସୃଷ୍ଟି କରିପାରେ। ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ କରି ନିର୍ବାଚନ ଲଢୁଥିବାବେଳେ କଂଗ୍ରେସ ଓ ଏନସିପି ହାତ ମିଶାଇଛନ୍ତି। ମହାରାଷ୍ଟ୍ରରେ ମୋଟ ୮ କୋଟି ୯୮ ଲକ୍ଷ ୩୯ ହଜାର ୬୦୦ ଲୋକ ଭୋଟ ଦେବେ। ଏଥିରେ ମହିଳାଙ୍କ ସଂଖ୍ୟା ହେଉଛି ୪ କୋଟି ୨୮ ଲକ୍ଷ ୪୩ ହଜାର ୬୩୫ ଜଣ । ରାଜ୍ୟରେ ମତଦାନ ପାଇଁ ୯୬ ହଜାର ୬୬୧ ବୁଥ କରାଯାଇଛି। ନିର୍ବାଚନରେ ୨୩୫ ଜଣ ମହିଳାଙ୍କ ସମେତ ୩୨୩୭ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି। ସେହିପରି ହରିୟାଣାରେ ଚଳିତ ଲୋକସଭା ନିର୍ବାଚନରେ ସମସ୍ତ ୧୦ଟି ଲୋକସଭା ଆସନ ବିଜେପି ଖାତାକୁ ଆସିଥିବାବେଳେ ପୁଣି ଥରେ ଖଟ୍ଟର ରାଜ୍ୟବାସୀଙ୍କ ଆସ୍ଥାଭାଜନ ହୋଇପାରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।

 

Share. Facebook Twitter LinkedIn Email WhatsApp Copy Link

Related Posts

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026
Latest News

ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ

March 10, 2026

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.