Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର-ହରିୟାଣା ବିଧାନସଭା ବ୍ୟତୀତ ଦେଶର ୧୮ଟି ରାଜ୍ୟର ୫୧ଟି ବିଧାନସଭା ଆସନ ପାଇଁ ମତଦାନ ଜାରି
ଆଜିର ଖବର

ମହାରାଷ୍ଟ୍ର-ହରିୟାଣା ବିଧାନସଭା ବ୍ୟତୀତ ଦେଶର ୧୮ଟି ରାଜ୍ୟର ୫୧ଟି ବିଧାନସଭା ଆସନ ପାଇଁ ମତଦାନ ଜାରି

October 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
4th poll vote
4th poll vote

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସୋମବାର ପୂର୍ବାହ୍ଣ ୭ଟାରୁ ଆରମ୍ଭ ହୋଇଯାଇଛି। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ଏବଂ ହରିୟାଣାର ୯୦ ଆସନ ପାଇଁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ। ଏହା ବ୍ୟତୀତ ଦେଶର ୧୮ଟି  ରାଜ୍ୟରେ ୫୧ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପାଇଁ ମତଦାତା ଭୋଟ ଦେଉଛନ୍ତି। ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓ ଏହାର ସହଯୋଗୀ ଦଳ ‘ଶିବସେନା’ ଜିତିଥିବାବେଳେ ମହାରାଷ୍ଟ୍ରରେ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଆଶା ରଖିଛି। ତେବେ ଚଳିତ ବିଧାନସଭା ନିର୍ବାଚନ ଶିବସେନା ପାଇଁ ବିଶେଷ ଗୁରୁତ୍ବ ରଖୁଛନ୍ତି। ଚଳିତ ଥର ପ୍ରଥମ ଥର ପାଇଁ ଠାକ୍‌ରେ ପରିବାର ତରଫରୁ ଆଦିତ୍ୟ ଠାକରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଠାକରେ ବର୍ଲି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ସେହିପରି ଭାରତୀୟ ଜନତା ପାର୍ଟି ହରିୟାଣାରେ ମଧ୍ୟ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଅଙ୍କ କଷୁଛି। ବିରୋଧୀ ଦଳମାନେ ଯଦିଓ ଦମଦାର ନିର୍ବାଚନ ପ୍ରଚାର କରିଛନ୍ତି ତଥାପି କିଛି ନେତା ଅସନ୍ତୁଷ୍ଟ ଥିବାରୁ ଦଳ ପାଇଁ ବିପଦ ସୃଷ୍ଟି କରିପାରେ। ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ କରି ନିର୍ବାଚନ ଲଢୁଥିବାବେଳେ କଂଗ୍ରେସ ଓ ଏନସିପି ହାତ ମିଶାଇଛନ୍ତି। ମହାରାଷ୍ଟ୍ରରେ ମୋଟ ୮ କୋଟି ୯୮ ଲକ୍ଷ ୩୯ ହଜାର ୬୦୦ ଲୋକ ଭୋଟ ଦେବେ। ଏଥିରେ ମହିଳାଙ୍କ ସଂଖ୍ୟା ହେଉଛି ୪ କୋଟି ୨୮ ଲକ୍ଷ ୪୩ ହଜାର ୬୩୫ ଜଣ । ରାଜ୍ୟରେ ମତଦାନ ପାଇଁ ୯୬ ହଜାର ୬୬୧ ବୁଥ କରାଯାଇଛି। ନିର୍ବାଚନରେ ୨୩୫ ଜଣ ମହିଳାଙ୍କ ସମେତ ୩୨୩୭ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି। ସେହିପରି ହରିୟାଣାରେ ଚଳିତ ଲୋକସଭା ନିର୍ବାଚନରେ ସମସ୍ତ ୧୦ଟି ଲୋକସଭା ଆସନ ବିଜେପି ଖାତାକୁ ଆସିଥିବାବେଳେ ପୁଣି ଥରେ ଖଟ୍ଟର ରାଜ୍ୟବାସୀଙ୍କ ଆସ୍ଥାଭାଜନ ହୋଇପାରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।

 

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ୨୦୨୬ ବର୍ଷର କ୍ୟାଲେଣ୍ଡର ଓ ଡାଏରୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

December 19, 2025

ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିଛି ଭାରତୀୟ ରେଳ

December 19, 2025

ଫାଇନାଲରେ ହରିୟାଣାକୁ ୬୯ ରନରେ ପରାସ୍ତ କଲା ଝାଡ଼ଖଣ୍ଡ: ପ୍ରଥମ ଥର ଜିତିଲା ସୟଦ ମୁସ୍ତାକ ଅଲି ଟ୍ରଫି

December 19, 2025

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଜୋହୋର ପ୍ରତିଷ୍ଠାତା ତଥା ବୈଜ୍ଞାନିକ ଶ୍ରୀଧର ଭେମ୍ବୁ

December 19, 2025
Latest News

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ୨୦୨୬ ବର୍ଷର କ୍ୟାଲେଣ୍ଡର ଓ ଡାଏରୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

December 19, 2025

ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିଛି ଭାରତୀୟ ରେଳ

December 19, 2025

ଫାଇନାଲରେ ହରିୟାଣାକୁ ୬୯ ରନରେ ପରାସ୍ତ କଲା ଝାଡ଼ଖଣ୍ଡ: ପ୍ରଥମ ଥର ଜିତିଲା ସୟଦ ମୁସ୍ତାକ ଅଲି ଟ୍ରଫି

December 19, 2025

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଜୋହୋର ପ୍ରତିଷ୍ଠାତା ତଥା ବୈଜ୍ଞାନିକ ଶ୍ରୀଧର ଭେମ୍ବୁ

December 19, 2025

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.