ମହାରାଷ୍ଟ୍ର ଓ ହରିୟାଣାର ୨୮୮ ବିଧାନସଭା ଆସନ ସହିତ ଦେଶର ବିଭିନ୍ନ ରାଜ୍ୟର ୫୧ଟି ବିଧାନସଭା ଆସନରେ ସୋମବାର ଉପନିର୍ବାଚନ ପାଇଁ ମତଦାନ ହେଉଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୧୧ଟି ଆସନରେ ଉପନିର୍ବାଚନ ହେଉଥିବା ବେଳେ ଓଡ଼ିଶାର ବିଜେପୁର ଆସନରେ ମଧ୍ୟ ଭୋଟିଂ ହେଉଛି। ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ଏଠାରେ ପୁଣି ଥରେ ଉପନିର୍ବାଚନ ହେଉଛି। ବିଜେପୁରରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି। ତେବେ ମିଳିଥିବା ସୂଚନା ଅନୁସାରେ ସକାଳ ୯ଟା ସୁଦ୍ଧା ବିଜେପୁରରେ ୧୧% ମତଦାନ ହୋଇଥିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।