ସମୀକ୍ଷା ବ୍ୟୁରୋ
ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ଭିଏଲ୍ଡବ୍ଲ୍ୟୁ ସ୍ମିତାରାଣୀ ସନ୍ଦେହ ଜନକ ମୃତ୍ୟୁ ବିରୋଧରେ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଚାଲିବ। ମହିଳା ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀଙ୍କ ଗେଷ୍ଟହାଉସ୍ରେ ସ୍ମିତାରାଣୀଙ୍କର ମୃତ୍ୟୁ ହୋଇଥିଲା। ଏହା ଆତ୍ମହତ୍ୟା ନୁହେଁ ବରଂ ତାକୁ ହତ୍ୟା କରାଯାଇଛି। ମଧୁସ୍ମିତାଙ୍କ ସ୍ୱାମୀ ରୂପେଶ ଏଥିରେ ସଂପୃକ୍ତ ଅଛନ୍ତି। କିନ୍ତୁ ଏସ୍ପି ତାଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ବିଜେପି ଅଭିଯୋଗ କରିଛି। ତେଣୁ ଏହି ମାମଲାର ସିବିଆଇ ତଦନ୍ତ ଦାବି କରାଯାଇଛି। ଯେଉଁଥିପାଇଁ ବିଜେପି ଆନ୍ଦୋଳନ କରୁଛି। ଷ୍ଟେସନ୍ଠାରୁ ଆରମ୍ଭ କରି ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। କର୍ମୀମାନେ ପିକେଟିଂ କରିବା ସହିତ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାରେ ସାଧାରଣ ଜୀବନ ଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଥିବା ଦେଖାଯାଇଛି।