ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସୋମବାର ପୂର୍ବାହ୍ଣ ୭ଟାରୁ ଆରମ୍ଭ ହୋଇଯାଇଛି । ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ଏବଂ ହରିୟାଣାର ୯୦ ଆସନ ପାଇଁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ । ମହାରାଷ୍ଟ୍ରରେ ମୋଟ ୮ କୋଟି ୯୮ ଲକ୍ଷ ୩୯ ହଜାର ୬୦୦ ଲୋକ ଭୋଟ ଦେବେ । ଏଥିରେ ମହିଳାଙ୍କ ସଂଖ୍ୟା ହେଉଛି ୪ କୋଟି ୨୮ ଲକ୍ଷ ୪୩ ହଜାର ୬୩୫ ଜଣ । ରାଜ୍ୟରେ ମତଦାନ ପାଇଁ ୯୬ ହଜାର ୬୬୧ ବୁଥ କରାଯାଇଛି । ନିର୍ବାଚନରେ ୨୩୫ ଜଣ ମହିଳାଙ୍କ ସମେତ ୩୨୩୭ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । ସେହିପରି ହରିୟାଣାରେ ୯୮.୭ ଲକ୍ଷ ପୁରୁଷ ଓ ୮୫.୧ ଲକ୍ଷ ମହିଳା ଭୋଟର ଥିବାବେଳେ ତୃତୀୟ ଲିଙ୍ଗ ୨୫୨ ଜଣ ରହିଛନ୍ତି । ମହାରାଷ୍ଟ୍ରରେ ୩୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୮.୯ କୋଟି ଭୋଟର । ହରିୟାଣାରେ ୧୧୬୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧.୮ କୋଟି ଭୋଟର । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସକାଳ ୯ଟା ସୁଦ୍ଧା ୫.୬% ମତଦାନ ହୋଇଥିବାବେଳେ ହରିୟାଣାରେ ସକାଳ ୧୦ଟା ସୁଦ୍ଧା ୮.୭୩ ପ୍ରତିଶତ ମତଦାନ ହୋଇଛି ।