ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ସନ୍ଧ୍ୟା ୬ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ଏଥିରେ ମୋଟ ୧୧ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସୂଚନା ରହିଛି। ଏହି କ୍ୟାବିନେଟ୍ ବୈଠକ ଗତ ୧୯ ତାରିଖରେ ବସିବାର ଥିଲା। ମାତ୍ର ବିଜେପୁର ଉପନିର୍ବାଚନ ପାଇଁ ସମସ୍ତ ମନ୍ତ୍ରୀ ପ୍ରଚାରରେ ଯାଇଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା।