ସୋମବାର ଦିନ ମଧ୍ୟପ୍ରଦେଶର ଇନ୍ଦୋରର ଏକ ହୋଟେଲର ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଜୟ ନଗର ଥାନା କ୍ଷେତ୍ରର ଗୋଲ୍ଡେନ ଗେଟ୍ ହୋଟେଲ୍ରେ ନିଆଁ ଲାଗିଛି। ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିପଡିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଏଥିରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।