ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଭିନ୍ନ ସିନେ ତାରକା ଭୋଟ ପ୍ରଦାନ କରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ସକାଳ ୬ଟାରୁ ମତଦାନ ଆରମ୍ଭ ହୋଇଥିବା ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ନିର୍ବାଚନରେ ବିଭିନ୍ନ ବଲିଉଡ୍ କଳାକାର ଭୋଟଦାନ କରିଛନ୍ତି । ବଲିଉଡ୍ ଅଭିନେତା ଆମିର ଖାନ୍ ଏବଂ ପତ୍ନୀ କିରଣ ରାଓ ମୁମ୍ବାଇରେ ନିଜର ମତଦାନ କରିଛନ୍ତି । ମତଦାନ ପରେ ଉଭୟ ନିଜର ଫଟୋ ଇନ୍ଷ୍ଟାଗ୍ରାମ୍ ଜରିଆରେ ସେୟାର କରିଛନ୍ତି । ସେହିପରି ଅନ୍ୟତମ ଦମ୍ପତି ମହେଶ ଭୂପତି ଏବଂ ଲାରା ଦତ୍ତା ମଧ୍ୟ ନିଜ ଭୋଟପ୍ରଦାନର ଫଟୋ ସେୟାର କରି ସାଧାରଣ ଜନତାଙ୍କୁ ଭୋଟଦାନ ପାଇଁ ଅନୁରୋଧ କରିଛନ୍ତି । ସେହିପରି ଅନ୍ୟତମ ଅଭିନେତା ଦମ୍ପତି ରୀତେଶ ଦେଶମୁଖ ଏବଂ ଜେନେଲିଆ ଡିସୌଜା ମଧ୍ୟ ମତଦାନ କରିଛନ୍ତି । ଉଭୟ ଲାତୁର୍ରେ ନିଜର ଭୋଟ ପ୍ରଦାନ କରିଛନ୍ତି । ବାନ୍ଦ୍ରାରେ ଭୋଟ ପ୍ରଦାନ କରିବା ପରେ ଅଭିନେତ୍ରୀ ଦିୟା ମିର୍ଜା ଏକ ଫଟୋ ସେୟାର କରିଛନ୍ତି । ସେହିପରି କୁନାଲ ଖେମୁ ନିଜ ପରିବାର ସହିତ ଭୋଟ ପ୍ରଦାନର ଏକ ଫଟୋ ସେୟାର କରିଛନ୍ତି ।