ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍ର ତୃତୀୟ ମ୍ୟାଚ୍ର ତୃତୀୟ ଦିବସର ପ୍ରଥମ ସେସନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା 6 ଓ୍ବିକେଟ୍ ହରାଇ 129 ରନ୍ ସଂଗ୍ରହ କରିଛି । ଲଞ୍ଚ ସୁଦ୍ଧା ଆଫ୍ରିକା 129 ରନ୍ରେ ଅଧା ବ୍ୟାଟ୍ସମ୍ୟାନ୍ଙ୍କୁ ହରାଇ ସାରିଥିବା ବେଳେ 368 ରନ୍ ପଛରେ ରହିଛି । ଦ ଆଫ୍ରିକା ପକ୍ଷରୁ ଜୁବେର୍ ହାମ୍ଜା ସର୍ବାଧିକ 62 ରନ୍ ସଂଗ୍ରହ କରିଥିବା ବେଳେ ତେମ୍ବା ବାଭୁମା 32 ରନ୍ ସଂଗ୍ରହ କରିଛନ୍ତି । ଉଭୟ ଲଗାତାର ଓଭରରେ ଜାଡେଜା ଏବଂ ନଦୀମ୍ଙ୍କ ଦ୍ବାରା ଆଉଟ୍ ହେବା ପରେ ଦଳ ବ୍ୟାକ୍ଫୁଟ୍କୁ ଯାଇଥିଲା । ଭାରତ ପକ୍ଷରୁ ଉମେଶ ଯାଦବ ଏବଂ ଜାଡେଜା 2ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ସାମି ଏବଂ ନଦୀମ୍ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ ।