ବିଜେପୁରରେ ଅନୁଷ୍ଠିତ ଉପ ନିର୍ବାଚନରେ ଭୋଟିଂ ପ୍ରତିଶତ ଉତ୍ସାହଜନକ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ପ୍ରଦାନ ପରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ଉପ ନିର୍ବାଚନରେ ଅପରାହ୍ନ 1ଟା ସୁଦ୍ଧା 37.10 ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ବର ସ୍ଥିତ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ 1ଟା ସୁଦ୍ଧା 37.10 ପ୍ରତିଶତ ମତଦାନ ହୋଇଛି ।