୨୮ ବର୍ଷୀୟା ମହିଳା ଶିକ୍ଷୟିତ୍ରୀ ୧୬ବର୍ଷୀୟ ଛାତ୍ରଙ୍କ ସହ ରଖୁଥିଲେ ସମ୍ବନ୍ଧ । ନାବାଳାକଙ୍କ ସହ ସମ୍ବନ୍ଧ ରଖିବା ଅଭିଯୋଗରେ ଶିକ୍ଷୟିତ୍ରୀଜଣଙ୍କୁ ଗିରଫ କରାଯାଇଛି । ଆମେରିକାର ଫ୍ଲୋରିଡାର ନ୍ୟୁ ସିମ୍ରନା ବିଚ୍ ହାଇସ୍କୁଲରେ ଏହି ଘଟଣା ଘଟିଛି । ୨୮ ବର୍ଷୀୟ ଏହି ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ମେଗନ୍ ପେରିସ୍ । ଛାତ୍ରଙ୍କ ବାସ୍କେଟ୍ବଲ୍ ଟିମ୍ର କୋଚ୍ ମଧ୍ୟ ରହିଛନ୍ତି ଏହି ଶିକ୍ଷୟିତ୍ରୀ ଜଣକ । ମେଗନ୍ ଗଣିତ ଶିକ୍ଷାଦାନ କରୁଥିଲେ । ପୁଲିସ୍ କହିବାନୁସାରେ ସ୍କୁଲର ଜଣେ ଛାତ୍ର ଏହି ଘଟଣା ସମ୍ପର୍କରେ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ୨୦୧୭ରେ ମେଗନ୍ ଏହି ସ୍କୁଲରେ ଯୋଗଦାନ କରିଥିଲେ । ନିଜେ ମଧ୍ୟ ଏହି ସ୍କୁଲରୁ ନିଜର ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି । ଆରେଷ୍ଟ ଓ୍ବାରେଣ୍ଟ ଜାରି ହେବା ପରେ ଆତ୍ମସମର୍ପଣ କରିଛନ୍ତି ମେଗନ୍ । ତାଙ୍କ ବିରୁଦ୍ଧରେ ଯାଞ୍ଚ ଆରମ୍ଭ ହେବା ପରେ ସ୍କୁଲ ମେଗନଙ୍କୁ ପେଡ୍ ଲିଭ୍ ଦେଇଦେଇଥିଲା । ଏହି ଘଟଣାର ଯାଞ୍ଚ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିଲା । ପାଖାପାଖି ୭ ମାସର ଅନୁଧ୍ୟାନ ଓ ଯାଞ୍ଚ ପରେ ମେଗନ୍ଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ମେଗନ୍ ସ୍କୁଲ କ୍ୟାମ୍ପସ୍ ବାହାରେ ଛାତ୍ରଙ୍କ ସହିତ ସମ୍ବନ୍ଧ ରଖୁଥିଲେ ।