ନଭେମ୍ବର ୧୮ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ଚାଲିବ। ସଂସଦୀୟ ମନ୍ତ୍ରାଳୟ ପକ୍ଷରୁ ଉଭୟ ଗୃହର ସଚିବଙ୍କୁ ଅବଗତ କରାଯାଇଛି। ଏହି ଅଧିବେଶନରେ ସରକାର ବହୁ ଗୁରୁତ୍ବପୂର୍ଣ୍ଣ ବିଧେୟକ ପାରିତ କରିବେ। ଏହି ଶୀତକାଳୀନ ଅଧିବେଶନରେ ସରକାର ୨ଟି ମହତ୍ତ୍ବପୂର୍ଣ୍ଣ ବିଧେୟକ ଆଗତ କରିବା ସହ ୨ଟି ଗୁରୁତ୍ତ୍ବପୂର୍ଣ୍ଣ ଅଧ୍ୟାଦେଶ କାନୁନ ତିଆରି କରିବା ପାଇଁ ଯୋଜନା କରୁଛନ୍ତି। ଏଥିରୁ ଏକ ଅଧ୍ୟାଦେଶ ସେପ୍ଟେମ୍ବରରୁ ଆୟକର ଅଧିନିୟମ ୧୯୬୧, ଅର୍ଥ ଅଧିନିୟମ ୨୦୧୯ରେ ସଂଶୋଧନ ପାଇଁ ଜାରି କରାଯାଇଥିଲା। ଅନ୍ୟ ଅଧ୍ୟାଦେଶରେ ସେପ୍ଟେମ୍ବରରେ ଜାରି କରାଯାଇଥିବା ଇ-ସିଗାରେଟ ଏବଂ ଏହିଭଳି ଉପକରଣ ବିକ୍ରୀ, ନିର୍ମାଣ ଓ ମହଜୁଦ ରଖିବାକୁ ନେଇ ପ୍ରତିବନ୍ଧକ ଲଗାଯିବା ନେଇ ଆଲୋଚନା ହେବ।