ଜେଲ୍ରେ ରହିଥିବା କଂଗ୍ରେସ ନେତା ଡି କେ ଶିବକୁମାରଙ୍କୁ ଭେଟିଛନ୍ତି ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ । ଆୟକର ବିଭାଗ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶିବକୁମାରଙ୍କୁ ଗିରଫ କରାଯାଇଥିଲା । ଶିବକୁମାରଙ୍କୁ ଭେଟିବା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି କୁମାରସ୍ବାମୀ କହିଛନ୍ତି । ଶିବକୁମାର ଜଣେ ଦୃଢମନା ବ୍ୟକ୍ତି ଏବଂ ସେ ଏହି ସମସ୍ତ ପରସ୍ଥିତିରୁ ଖୁବ୍ଶୀଘ୍ର ବାହାରିଯିବେ ବୋଲି ବୈଠକ ପରେ କୁମାରସ୍ବାମୀ ପ୍ରକାଶ କରିଛନ୍ତି । କୁମାରସ୍ବାମୀ କହିଛନ୍ତି, ବିଜେପି ସରକାରଙ୍କ ପକ୍ଷରୁ ଷଡଯନ୍ତ୍ର କରାଯାଇ ଅର୍ଥ ହେରଫେର ମାମଲାରେ ଶିବକୁମାରଙ୍କୁ ଫସାଇ ଦିଆଯାଇଛି । ଜୁଲାଇରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଭାଙ୍ଗିବା ପରେ ଇଡଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା ।