ରାଉରକେଲାରେ ଏକ କପଡା ଦୋକାନରେ ନିଆଁ ଲାଗିଛି । ରାଉରକେଲା ସହରର ମୁଖ୍ୟ ମାର୍ଗରେ ଥିବା ମଙ୍ଗଳା ଭବନ ନିକଟରେ ଥିବା କପଡ଼ା ଗୋଦାମରେ ନିଆଁ ଲାଗି ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ 5ରୁ 7 ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଦୁଇଟି ଦମକଳ ବାହିନୀ ପହ଼ଞ୍ଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ।