Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଦଳୁଥିବା ମହାରାଷ୍ଟ୍ର ରାଜନୀତି ଶରଦ ପାଓ୍ବାରଙ୍କ ଉତ୍ତରାଧିକାରୀ ସମସ୍ୟାର ସମାଧାନ କରିଛି : ଦିଗ୍‌ବିଜୟ ସିଂ
ଆଜିର ଖବର

ବଦଳୁଥିବା ମହାରାଷ୍ଟ୍ର ରାଜନୀତି ଶରଦ ପାଓ୍ବାରଙ୍କ ଉତ୍ତରାଧିକାରୀ ସମସ୍ୟାର ସମାଧାନ କରିଛି : ଦିଗ୍‌ବିଜୟ ସିଂ

November 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ, ୨୪/୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମା ସମସ୍ତଙ୍କୁ ଚକିତ କରିଛି । ରାତାରାତି ମହାରାଷ୍ଟ୍ରରେ ସରକାର ଗଠନ କରି ଶନିବାର ସକାଳୁ ସକାଳୁ ଦେବେନ୍ଦ୍ର ଫଡ୍‌ନଭିସ୍‌ ଓ ଅଜିତ୍‌ ପାଓ୍ବାର୍‌ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଗୋଟିଏ ପଟେ, ଏନସ୍‌ପି, କଂଗ୍ରେସ ଶିବସେନାକୁ ମୁଖ୍ୟମନ୍ତ୍ରୀ କରିବା ନେଇ ସହମତି ଦର୍ଶାଇଥିବାବେଳେ ଅପରପକ୍ଷେ ଏନ୍‌ସିପିର ଅଜିତ୍‌ ପଓ୍ବାର ବିଜେପିକୁ ସମର୍ଥନ କରି ରାଜନୀତି ଗଣିତକୁ ପୂରା ଓଲଟା କରିଦେଇଛନ୍ତି । ତେବେ ମହାରାଷ୍ଟ୍ରରେ ଚାଲିଥିବା ଏପରି ଘଟଣାକ୍ରମକୁ ଲକ୍ଷ୍ୟ କରି କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ କହିଛନ୍ତି ଯେ, ରାଜ୍ୟରେ ହୋଇଥିବା ଏହି ପରିବର୍ତ୍ତନ କିନ୍ତୁ ଶରଦ ପାଓ୍ବାରଙ୍କ ଉତ୍ତରାଧିକାରୀ ସମସ୍ୟାର ସମାଧାନ କରିଦେଇଛି । ସେ ଟୁଇଟ୍‌ କରି କହିଛନ୍ତି ଯେ, ଏନ୍‌ସିପିର ୫୪ରୁ ୫୩ ଜଣ ଶରଦ ପାଓ୍ବାରଙ୍କ ସହ ଅଛନ୍ତି । ଅଜିତ୍‌ ଏକା ହୋଇଯାଇଛନ୍ତି । ଏବେ ଶରଦଙ୍କ ଉତ୍ତରାଧିକାରୀ ସୁପ୍ରିୟା ସୁଲେ । ସେଥିପାଇଁ ସୁପ୍ରିୟାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଶରଦଙ୍କ ଉତ୍ତରାଧିକାରୀ ନେଇ ଅଜିତ୍‌ ଓ ସୁପ୍ରିୟାଙ୍କ ମଧ୍ୟରେ ବିବାଦ ରହିଥିଲା । ସେହିପରି ସୁପ୍ରିୟା ମଧ୍ୟ ଅଜିତ୍‌ଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିବା ସହିତ ଲୋକଙ୍କ ସେବା ପାଇଁ ନୂଆ ଦଳ ଗଠନ କରିବା ନେଇ ନିଜ ହ୍ବାଟସ୍‌ଆପ୍‌ରେ ଷ୍ଟାଟସ୍‌ରେ ଲେଖିଛନ୍ତି । (ଏଜେନ୍ସି)

digvijayasingh maharastrapolitics
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026
Latest News

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.