Categories
ଆଜିର ଖବର

ସନ୍ଧ୍ୟା ୭ଟାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବା ପାଇଁ ଦାବି କରିବେ ‘ସେନା ମେଣ୍ଟ’

ମୁମ୍ବାଇ, ୨୬/୧୧: ମହାରାଷ୍ଟ୍ର ରାଜନୀତିରେ ଘଟଣାକ୍ରମେ ବେଶ୍‌ ଚମକପ୍ରଦ ରହୁଛି । ଆଜି ସୁପ୍ରିମ୍‌କୋର୍ଟ ବୁଧବାର ଦିନ ଫ୍ଲୋର ଟେଷ୍ଟ କରିବାକୁ ଆଦେଶ ଦେଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ୍‌ ପାଓ୍ବାରା ଇସ୍ତଫା ଦେଇଥିଲେ । ସେହିପରି ସରକାର ଗଢିବାର ୮୦ ଘଣ୍ଟା ପରେ ଦେବେନ୍ଦ୍ର ଫଡ୍‌ନଭୀସ୍‌ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏବେ ଶିବସେନା- ଏନ୍‌ସିପି- କଂଗ୍ରେସ ତିନି ଦଳ ସନ୍ଧ୍ୟା ୭ଟା ସମୟରେ ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କରିପାରନ୍ତି ।  ଆଜି ସନ୍ଧ୍ୟାରେ ଏହି ତିନି ଦଳଙ୍କ ନେତା ରୂପେ  ଉଦ୍ଧବ ଠାକ୍‌ରେ ନିର୍ବାଚିତ ହେବାକୁ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଏନ୍‌ସିପିରୁ ଜିତେନ୍ଦ୍ର ଆହେଟ୍ଟ ଓ କଂଗ୍ରେସର ବାଲାସାହେବ ଥୋରାଟେ ଏହି ଦୌଡ଼ରେ ରହିଛନ୍ତି ।

Categories
ଆଜିର ଖବର

କ୍ଷମତାର ଛକାପଞ୍ଝା ଭିତରେ ଦେବେନ୍ଦ୍ରଙ୍କ ଚାଷୀ କାର୍ଡ : ୫୩୮୦ କୋଟିକୁ ମିଳିଲା ମଞ୍ଜୁରୀ

ମୁମ୍ବାଇ, ୨୫/୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭୀସ୍‌  କିଶାନ କାର୍ଡ ଖୋଲିଛନ୍ତି । ଦେବେନ୍ଦ୍ର ଫଡ୍‌ନଭୀସ୍‌ ରାଜ୍ୟର ଚାଷୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୫୩୮୦କୋଟି ଟଙ୍କାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଚାଷୀ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭୀସ୍‌ ଓ ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାରଙ୍କ ସହ ବୈଠକ କରିଥିଲେ । ବନ୍ୟା ତଥା ବର୍ଷା ପ୍ରଭାବିତ ଚାଷୀଙ୍କୁ ଅତିରିକ୍ତ ସହାୟତା ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ଦେବେନ୍ଦ୍ର ଫଡ୍‌ନଭୀସ୍‌ ଓ ଅଜିତ୍‌ ପାଓ୍ବାର୍‌ଙ୍କ ସହ ଚର୍ଚ୍ଚା କରିଥିଲେ । (ଏଜେନ୍ସି)

Categories
ଆଜିର ଖବର

ବଦଳୁଥିବା ମହାରାଷ୍ଟ୍ର ରାଜନୀତି ଶରଦ ପାଓ୍ବାରଙ୍କ ଉତ୍ତରାଧିକାରୀ ସମସ୍ୟାର ସମାଧାନ କରିଛି : ଦିଗ୍‌ବିଜୟ ସିଂ

ମୁମ୍ବାଇ, ୨୪/୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମା ସମସ୍ତଙ୍କୁ ଚକିତ କରିଛି । ରାତାରାତି ମହାରାଷ୍ଟ୍ରରେ ସରକାର ଗଠନ କରି ଶନିବାର ସକାଳୁ ସକାଳୁ ଦେବେନ୍ଦ୍ର ଫଡ୍‌ନଭିସ୍‌ ଓ ଅଜିତ୍‌ ପାଓ୍ବାର୍‌ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଗୋଟିଏ ପଟେ, ଏନସ୍‌ପି, କଂଗ୍ରେସ ଶିବସେନାକୁ ମୁଖ୍ୟମନ୍ତ୍ରୀ କରିବା ନେଇ ସହମତି ଦର୍ଶାଇଥିବାବେଳେ ଅପରପକ୍ଷେ ଏନ୍‌ସିପିର ଅଜିତ୍‌ ପଓ୍ବାର ବିଜେପିକୁ ସମର୍ଥନ କରି ରାଜନୀତି ଗଣିତକୁ ପୂରା ଓଲଟା କରିଦେଇଛନ୍ତି । ତେବେ ମହାରାଷ୍ଟ୍ରରେ ଚାଲିଥିବା ଏପରି ଘଟଣାକ୍ରମକୁ ଲକ୍ଷ୍ୟ କରି କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ କହିଛନ୍ତି ଯେ, ରାଜ୍ୟରେ ହୋଇଥିବା ଏହି ପରିବର୍ତ୍ତନ କିନ୍ତୁ ଶରଦ ପାଓ୍ବାରଙ୍କ ଉତ୍ତରାଧିକାରୀ ସମସ୍ୟାର ସମାଧାନ କରିଦେଇଛି । ସେ ଟୁଇଟ୍‌ କରି କହିଛନ୍ତି ଯେ, ଏନ୍‌ସିପିର ୫୪ରୁ ୫୩ ଜଣ ଶରଦ ପାଓ୍ବାରଙ୍କ ସହ ଅଛନ୍ତି । ଅଜିତ୍‌ ଏକା ହୋଇଯାଇଛନ୍ତି । ଏବେ ଶରଦଙ୍କ ଉତ୍ତରାଧିକାରୀ ସୁପ୍ରିୟା ସୁଲେ । ସେଥିପାଇଁ ସୁପ୍ରିୟାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଶରଦଙ୍କ ଉତ୍ତରାଧିକାରୀ ନେଇ ଅଜିତ୍‌ ଓ ସୁପ୍ରିୟାଙ୍କ ମଧ୍ୟରେ ବିବାଦ ରହିଥିଲା । ସେହିପରି ସୁପ୍ରିୟା ମଧ୍ୟ ଅଜିତ୍‌ଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିବା ସହିତ ଲୋକଙ୍କ ସେବା ପାଇଁ ନୂଆ ଦଳ ଗଠନ କରିବା ନେଇ ନିଜ ହ୍ବାଟସ୍‌ଆପ୍‌ରେ ଷ୍ଟାଟସ୍‌ରେ ଲେଖିଛନ୍ତି । (ଏଜେନ୍ସି)