Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଓ୍ବାର ଦେଖାଇଲେ କଂଗ୍ରେସ-ଏନ୍‌ସିପି-ଶିବସେନା : ହୋଟେଲରେ ଏକାଠି ହେଲେ ୧୬୨ ବିଧାୟକ
ଆଜିର ଖବର

ପାଓ୍ବାର ଦେଖାଇଲେ କଂଗ୍ରେସ-ଏନ୍‌ସିପି-ଶିବସେନା : ହୋଟେଲରେ ଏକାଠି ହେଲେ ୧୬୨ ବିଧାୟକ

November 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ, ୨୫/୧୧:  ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ନାଟକକ୍ରମରେ ପ୍ରତ୍ୟେକ ଦିନ କିଛି କିଛି ନୂଆ ଘଟଣା ଦେଖିବାକୁ ମିଳିଛି । ଏଠି ସମେସ୍ତ ସମସ୍ତଙ୍କ ପାଓ୍ବାର ଦେଖାଇବାରେ ବ୍ୟସ୍ତ ରହିଛନ୍ତି । ବିଜେପି ରାତାରାତି ନିଜ ପାଓ୍ବାର ଜରିଆରେ ସରକାର ଗଢିଥିବାବେଳେ ଏବେ କଂଗ୍ରେସ-ଏନ୍‌ସିପି- ଶିବସେନା ନିଜର ପାଓ୍ବାର ଦେଖାଉଛନ୍ତି।  ବିଜେପି ଅଜିତ୍‌ ପାଓ୍ବାରଙ୍କ ସହ ମିଶି ସରକାର ଗଠନ କରିଥିବାବେଳେ ଫ୍ଲୋରଟେଷ୍ଟ ହେବାକୁ ବାକି ରହିଛି। ଅପରପକ୍ଷରେ ଆଜି ସନ୍ଧ୍ୟାରେ ମୁମ୍ବାଇର ହୋଟେଲ୍‌ ଗ୍ରାଣ୍ଡ ହୟାତ୍‌ଠାରେ ଏନ୍‌ସିପି-କଂଗ୍ରେସ ଓ ଶିବସେନାର ୧୬୨ ବିଧାୟକଙ୍କ ଏକ ମିଳନ ଉତ୍ସବ ଘଟିଛି । ‘ଓ୍ବି ଆର୍‌ ୧୬୨’ର ବ୍ୟାନର୍‌ ଲଗାଇ ଏକ ଏଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି ।  ଏହି କାର୍ଯ୍ୟକ୍ରମରେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ସୁପ୍ରିୟା ସୁଲେ, କଂଗ୍ରେସ ନେତା ମଲ୍ଲିକାର୍ଜୁନ୍‌ ଖଡ୍‌ଗେ, ଚରଣ ସିଂ ସାପରା, ଉଦ୍ଧବ ଠାକ୍‌ରେ, ଆଦିତ୍ୟ ଠାକ୍‌ରେ, ନଓ୍ବାବ୍‌ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଶିବସେନାର ପ୍ରବକ୍ତା ସଞ୍ଜୟ ରାଉତ ଆଜି ଏକ ଟୁଇଟର୍‌ରେ କହିଥିଲେ ‘ଆମେ ସବୁ ଏକାଠି ଅଛି । ସନ୍ଧ୍ୟା ୭ଟା ପରେ କଂଗ୍ରେସ-ଏନ୍‌ସିପି-ଶିବସେନାର ୧୬୨ ବିଧାୟକଙ୍କୁ ହୋଟେଲ୍‌ ହୟାତ୍‌ରେ ଏକାଠି ଦେଖିବାକୁ ମିଳିବ ବୋଲି କହିଥିଲେ । ସଞ୍ଜୟ ରାଉତ୍‌ ଏହି ଯ ଟୁଇଟ୍‌କୁ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ମଧ୍ୟ ଟ୍ୟାଗ୍‌ କରି କହିଥିଲେ ଯେ, ଆପଣ ଆସି ଆମକୁ ଏକାସାଙ୍ଗରେ ଦେଖିପାରନ୍ତି । (ଏଜେନ୍ସି)

weare162
Share. Facebook Twitter LinkedIn Email WhatsApp Copy Link

Related Posts

ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି ଗ୍ୟାସ

April 8, 2026

କଲାଇ- ୨ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

April 8, 2026

ପିଲାଙ୍କୁ ସୋସିଆଲ୍ ମିଡ଼ିଆ ମନା

April 8, 2026

ଡେବ୍ୟୁ କରିବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ!: ଟିମ୍ ଇଣ୍ଡିଆରେ କାହାର ସ୍ଥାନ ନେବେ?

April 8, 2026
Latest News

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ୧୧ ବର୍ଷ: ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

April 8, 2026

ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି ଗ୍ୟାସ

April 8, 2026

କଲାଇ- ୨ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

April 8, 2026

ପିଲାଙ୍କୁ ସୋସିଆଲ୍ ମିଡ଼ିଆ ମନା

April 8, 2026

ଡେବ୍ୟୁ କରିବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ!: ଟିମ୍ ଇଣ୍ଡିଆରେ କାହାର ସ୍ଥାନ ନେବେ?

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.