Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରକାଶ ପାଇଲା ମହାରାଷ୍ଟ୍ର ରାୟ : ବୁଧବାର ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଆଜିର ଖବର

ପ୍ରକାଶ ପାଇଲା ମହାରାଷ୍ଟ୍ର ରାୟ : ବୁଧବାର ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

November 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ,26/11:  ଆସନ୍ତାକାଲି ହେବ ମହାରାଷ୍ଟ୍ର ବିଧାନସଭାର ସଂଖ୍ୟା ଗରିଷ୍ଠତା ପ୍ରମାଣ। ବୁଧବାର ଅପରାହ୍ନ 5ଟା ସୁଦ୍ଧା ଫଡନବିସ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ। ଏହିପରି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ବଡି ସକାଳୁ ଦେବେନ୍ଦ୍ର ଫଡନାବିସ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଶପଥ ପାଠକୁ ନେଇ ମାମଲା ଋଜୁ କରାଯାଇଥିଲା। ଏହି ମାମଲା କଂଗ୍ରେସ, ଏନସିପି ଏବଂ ଶିବସେନା ତରଫରୁ କରାଯାଇଥିଲା। ତାହାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଏଥିରେ କୋର୍ଟ କହିଛନ୍ତି ଯେ, ଏହି ଫ୍ଲୋର ଟେଷ୍ଟ ଗୁପ୍ତ ନୁହେଁ ମୁକ୍ତ ଭୋଟିଂ ମାଧ୍ୟମରେ ହେବ। ପ୍ରଥମେ ବିଧାନସଭାରେ ବିଧାୟକମାନେ ଶପଥ ଗ୍ରହଣ କରିବେ। ସେଥିପାଇଁ ଜଣେ ଅସ୍ଥାୟୀ ବାଚସ୍ପତି ମନୋନିତ କରାଯିବ। ଏହାପରେ ଅପରାହ୍ନରେ ଫ୍ଲୋର ଟେଷ୍ଠ କରାଯିବ। ଅପରାହ୍ନରେ ହେବାକୁ ଥିବା ମୁକ୍ତ ଭୋଟିଂ ପ୍ରକ୍ରିୟାର ସିଧା ପ୍ରସାରଣ କରିବାକୁ ତିନି ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବା ପାଇଁ ଗୁପ୍ତ ଭୋଟ ହୋଇ ଆସୁଥିଲା। ଫଳରେ କେଉଁ ବିଧାୟକ କାହାକୁ ଭୋଟ ଦେଲେ ତାହା ଜଣାପଡୁ ନ ଥିଲା। ଫଳରେ ଘୋଡା ବେପାର ହେବାର ସମ୍ଭାବନା ରହୁଥିଲା। ବର୍ତ୍ତମାନ ବିଧାୟକମାନେ କାହାକୁ ଭୋଟ ଦେଲେ ତାହା ପ୍ରକାଶ କରିପାରିବେ ବୋଲି ବୋଲି ସୁପ୍ରିମ କୋର୍ଟ କହିବା ପରେ ଏହି ଘୋଡା ବେପାର ହେବ ନାହିଁ ବୋଲି ଆଶା କରାଯାଉଛି। ( ଏଜେନ୍ସି)

FADANVIS floortest maharastra
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

February 13, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Latest News

ଆଜି ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

February 13, 2026

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.