Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର ପରେ ଏବେ ଗୋଆ ଉପରେ ନଜର : ସଞ୍ଜୟ ରାଉତ
ଆଜିର ଖବର

ମହାରାଷ୍ଟ୍ର ପରେ ଏବେ ଗୋଆ ଉପରେ ନଜର : ସଞ୍ଜୟ ରାଉତ

November 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ, ୨୯/୧୧: ମହାରାଷ୍ଟ୍ରରେ ସରକାର ଗଢିବା ପରେ ଏବେ ଶିବସେନାର ନଜର ବିଜେପି ଶାସିତ ଗୋଆ ଉପରେ ରହିଛି। ଶିବସେନାର ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ରରେ ରାଜନୀତି ଶେଷ ହୋଇଛି। ଏବେ ଆମ ନଜର ଗୋଆ ରାଜନୀତି ଉପରେ ରହିଛି । ଏବେ ଆମେ ପୂରା ଦେଶରେ ଅଣ ବିଜେପି ମୋର୍ଚ୍ଚା ନିର୍ମାଣ କରିବାକୁ ଚାହୁଁଛି । ଯାହାର ଆରମ୍ଭ ମହାରାଷ୍ଟ୍ରରୁ ଆରମ୍ଭ ହୋଇଛି । ଏବେ ଆମର ଧ୍ୟାନ ଗୋଆ ଉପରେ ରହିଛି । ସଞ୍ଜୟ ରାଉତ କହିଛନ୍ତି ଯେ, ଆମେ ତିନି ବିଧାୟକଙ୍କ ସହ ଗୋଆ ଫରଓ୍ବାର୍ଡ ପାର୍ଟିର ଅଧ୍ୟକ୍ଷ ଓ ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ, ଶିବସେନା ସହ ମେଣ୍ଟ କରୁଛି । ଏବେ ଗୋଆରେ ଏକ ନୂତନ ରାଜନୈତିକ ମୋର୍ଚ୍ଚା ଗୋଆରେ ଆସୁଛି, ଯେମିତି ମହାରାଷ୍ଟ୍ରରେ ହୋଇଛି । ବହୁତ ଶୀଘ୍ର ଗୋଆରେ ମଧ୍ୟ ଆପଣମାନଙ୍କୁ ଏକ ଚମତ୍କାର ଦେଖିବାକୁ ମିଳିବ ।

୪୦ ସଦ୍ୟସୀୟ ଗୋଆ ବିଧାନସଭାର ନିର୍ବାଚନ ୨୦୧୭ରେ ହୋଇଥିଲା । ଏହି ନିର୍ବାଚନରେ ବିଜେପି ୧୩ଟି ଆସନ ଜିତିଥିବାବେଳେ କଂଗ୍ରେସ ୧୭ଟି । ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ୩ଟି, ଗୋଆ ଫରଓ୍ବାର୍ଡ ପାର୍ଟି ୩ ଓ ଏନ୍‌ସିପି ଗୋଟିଏ ଆସନ ଜିତିଥିଲେ ।  ନିର୍ବାଚନରେ କୌଣସି ପାର୍ଟି ବହୁମତ ହାସଲ କରିପାରିନଥିଲେ । ଅଚାନକ ରାତାରାତି ୧୦ କଂଗ୍ରେସ ବିଧାୟକ ବିଜେପିରେ ସାମିଲ୍‌ ହୋଇଯାଇଥିଲେ । ଏବଂ ବିଜେପିର ସଦସ୍ୟ ସଂଖ୍ୟା ୨୭ ହୋଇଥିଲା । ଏହା ପରେ ବିଜେପି ସଂଖ୍ୟାଗରିଷ୍ଠର ପ୍ରମାଣ ଦେଇ ସରକାର ଗଢିଥିବାବେଳେ ମନୋହର ପାରିକର୍‌ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମନୋହର ପାରିକରଙ୍କ ଦେହାନ୍ତ ପରେ ଏବେ ପ୍ରମୋଦ ସାଓ୍ବନ୍ତ ମୁଖ୍ୟମନ୍ତ୍ରୀ ରହିଛନ୍ତି । (ଏଜେନ୍ସି)

goa sanjayarout
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.