Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାସ୍ତ୍ରୀୟ ଓଡିଶୀ ଓ କଥକରେ ନୃତ୍ୟମୁଖର କୋଣାର୍କ ମୁକ୍ତାକାଶ ମଂଚ
ଆଜିର ଖବର

ଶାସ୍ତ୍ରୀୟ ଓଡିଶୀ ଓ କଥକରେ ନୃତ୍ୟମୁଖର କୋଣାର୍କ ମୁକ୍ତାକାଶ ମଂଚ

December 2, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବେନଶ୍ବର, ୨/୧୨: ଅର୍କ କ୍ଷେତ୍ର କୋଣାର୍କର ପାଦଦେଶରେ ଥିବା ଭବ୍ୟ ମୁକ୍ତାକାଶ ମଂଚରେ ପର୍ଯ୍ୟଟନ ବିଭାଗ ଓଡିଶା ଆୟୋଜିତ କୋଣାର୍କ ଉତ୍ସବ-୨୦୧୯ର ଆନୁଷ୍ଠାନିକ ଉଦ୍ଘାଟନ ହୋଇଯାଇଛି। ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ୍, ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ‎ଦଳେଇ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଓ ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବରେ ଶୁଭାରମ୍ଭ କରିଥିଲେ। ପରେ ପରେ ଶାସ୍ତ୍ରୀୟ ନୃତ୍ୟକୁ ମଚଂସ୍ଥ କରିଥିଲେ ଓଡିଶୀ ଓ କଥକର ଶିଳ୍ପୀ ।

ପ୍ରଥମ ପ୍ରସ୍ତୁତିରେ ସୃଜନର ଶିଳ୍ପୀମାନେ ମଂଚସ୍ଥ କରିଥିଲେ। “ବନ୍ଦେ ସୂର୍ଯ୍ୟମ୍’’। ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ରଚନା ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଶିଳ୍ପୀଗଣ ଆଦିତ୍ୟ ନାରାୟଣଙ୍କ ଅର୍ଚ୍ଚନା କରିବା ପରେ ହଂସଧ୍ୱନୀ ପଲ୍ଲବୀ ଶୁଦ୍ଧ ନୃତ୍ୟକୁ ବାଢି ଦେଇଥିଲେ। ଏହାପରେ ଶକ୍ତିଙ୍କ ବିବିଧ ସ୍ୱରୂପକୁ ନେଇ ପ୍ରସ୍ତୁତି ହୋଇଥିଲା ଭଗବତୀ ସ୍ତୋତ୍ରମ। ସୃଜନର ଅନ୍ତିମ ପ୍ରସ୍ତୁତିରେ ରହିଥିଲା ବଂଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ”ବନ୍ଦେ ମାତରମ୍’

ଦ୍ୱିତୀୟ ଚରଣରେ ସୁପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ସମା ଭଟ୍ଟେ “ସୂର୍ଯ୍ୟ ବନ୍ଦନା’ ପ୍ରସ୍ତୁତ କରିଥିବା ବେଳେ ତାଳ-ରୂପକ ଆଧାରିତ ଶୁଦ୍ଧ ନୃତ୍ୟକୁ ବାଢି ଦେଇଥିଲେ । ପରବର୍ତ୍ତୀ ନିବେଦନରେ କାଳୀୟ ମର୍ଦ୍ଦନ କୁ ଉପସ୍ଥାପନ କରିଥିଲେ କଥକ ନୃତ୍ୟାଙ୍ଗନା। ତିନ୍ତାଲ୍ ଆଧାରିତ ଦୃତ୍ଲୟ ର ଅଭିନୟ ସହ । ଚତୁରଂଗ ର ଶୁଦ୍ଧରୂପକୁ ନୃତ୍ୟ ଛନ୍ଦରେ ତୋଳି ଧରିଥିଲେ ଶିଳ୍ପୀଗଣ। ଡ. ସାଧନା ଶୀବାସ୍ତବ ଓ ଅଧ୍ୟାପକ ଡ. ମୃତ୍ୟୁଜଂୟ ରଥ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିବା ବେଳେ ଡ. ସଂଗୀତା ଗୋସାଇଁ ଓ ପର୍ଯ୍ୟଟନ ଅଧିକାରୀ ଗଣ ପରିଚାଳନାରେ ସହାୟତା କରିଥିଲେ। (ଏଜେନ୍ସି)

 

Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ–ଆମେରିକା ଚୁକ୍ତି ନିକଟତର!: ଆରାଘଚିଙ୍କ ମନ୍ତବ୍ୟ ଓ ଆଶାର ସଙ୍କେତ

June 13, 2026

କ୍ୟାବିନେଟ ବୈଠକ : ୮ ଟି ପ୍ରସ୍ତାବ ଉପରେ ମୋହର

June 12, 2026

ମେଡିକାଲ୍ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁ ଗିରଫ

June 12, 2026

ଆଇଏନଏସ ଚିଲିକାରେ ୨୦୨୬ ସଂସ୍କରଣ ପ୍ରଥମ୍ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ ସମାରୋହ

June 12, 2026
Latest News

ଇରାନ–ଆମେରିକା ଚୁକ୍ତି ନିକଟତର!: ଆରାଘଚିଙ୍କ ମନ୍ତବ୍ୟ ଓ ଆଶାର ସଙ୍କେତ

June 13, 2026

କ୍ୟାବିନେଟ ବୈଠକ : ୮ ଟି ପ୍ରସ୍ତାବ ଉପରେ ମୋହର

June 12, 2026

ମେଡିକାଲ୍ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁ ଗିରଫ

June 12, 2026

ଆଇଏନଏସ ଚିଲିକାରେ ୨୦୨୬ ସଂସ୍କରଣ ପ୍ରଥମ୍ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ ସମାରୋହ

June 12, 2026

ସରକାରଙ୍କ ୨ ବର୍ଷ ପୂର୍ତ୍ତି: ମାଗଣା ଚାଉଳ, ଦେୟମୁକ୍ତ ଶିକ୍ଷା ଓ ଭତ୍ତା ନେଇ ବଡ଼ ଘୋଷଣା

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.