ବିଜେପି ଛାଡିନାହାନ୍ତି ପଙ୍କଜା ମୁଣ୍ଡେ : ଚନ୍ଦ୍ରକାନ୍ତ ପାଟିଲ

Published: Dec 2, 2019, 7:52 pm IST

ମୁମ୍ବାଇ,2/12: ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ ଦଳ ଛାଡି ନାହାନ୍ତି ବୋଲି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି । ପାର୍ଲି ଆସନରୁ ପଙ୍କଜା ପରାଜିତ ହେବା ପରେ ଦଳୀୟ ନେତାଙ୍କ ସହିତ ତାଙ୍କର ସମ୍ପର୍କ ଖରାପ ହେବାରେ ଲାଗିଥିଲା । ଏହାପରେ ପଙ୍କଜା ନିଜ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଘୋଷଣା କରିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା । ଏହାପରେ ସୋମବାର ନିଜ ଟ୍ବିଟ୍ଟର ବାୟୋରୁ ବିଜେପି ହଟାଇଥିଲେ ପଙ୍କଜା ମୁଣ୍ଡେ । ମୁଣ୍ଡେ ଦଳ ଛାଡୁଥବାର ସୂଚନା ମିଳିବା ପରେ ମହରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଏ ସମ୍ପର୍କରେ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ବିଜେପି ନେତୃବୃନ୍ଦ ପଙ୍କଜାଙ୍କ ସହିତ ସମ୍ପର୍କରେ ଅଛନ୍ତି । ପଙ୍କଜା ପରାଜୟକୁ ନେଇ ମର୍ମାହତ ଅଛନ୍ତି ଏବଂ ଏହାର କାରଣ ଖୋଜୁଛନ୍ତି । ମାତ୍ର ସେ ଦଳ ପରିତ୍ୟାଗ କରିବା ଖବର ସମ୍ପୂର୍ଣ୍ଣ ଗୁଜବ ବୋଲି ପାଟିଲ କହିଛନ୍ତି । (ଏଜେନ୍ସୀ)

Related posts