Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଆରଜେଡିର ଅଧ୍ୟକ୍ଷ ପଦରେ ଲାଲୁ
ଆଜିର ଖବର

ପୁଣି ଆରଜେଡିର ଅଧ୍ୟକ୍ଷ ପଦରେ ଲାଲୁ

December 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାଟନା, ୩/୧୨: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ଯାଦବ ପୁଣିଥରେ ବିନା ପ୍ରତିଦ୍ବନ୍ଦ୍ବୀରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଔପଚାରିକ ଭାବେ ଏହା ଘୋଷଣା ହେବାକୁ ବାକି ରହିଛି । ଜେଲ୍‌ରେ ରହି ଲାଲୁ ଦଳର କମାଣ ସମ୍ଭାଳିବେ । ୧୧ ଥର ଲାଗି ଲାଲୁ ଆର୍‌ଜେଡି ଅଧ୍ୟକ୍ଷ ପଦରେ ବସିଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଡିସେମ୍ବର ୨୩, ୨୦୧୭ରୁ ବିର୍ସାମୁଣ୍ଡା ସେଣ୍ଟ୍ରାଲ ଜେଲ୍‌ରେ ଥିବା ଲାଲୁ ପ୍ରସାଦ ଯାଦବ ଏବେ ସ୍ବାସ୍ଥ୍ୟଗତ କାରଣରୁ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍‌ କେଡିକାଲ ସାଇନ୍‌ସେସ୍‌(ରିମ୍ସ)ରେ ଚିକିତ୍ସିତ ହେଉଛନ୍ତି। ତେବେ ଆରଜେଡିର ଅଧ୍ୟକ୍ଷ ପଦବୀ ପାଇଁ ତେଜସ୍ବୀଙ୍କ ନାମ ଆଗରେ ରହିଥିଲା । କିନ୍ତୁ ଲାଲୁ ବୁଝିବିଚାରି ଏପରି ନିଷ୍ପତ୍ତି ନେଇଛନ୍ତି । ଦଳର ଅଧ୍ୟକ୍ଷ ପଦ ପାଇଁ ବଡ଼ପୁଅ ତେଜପ୍ରତାପ, ସାନପୁଅ ତେଜସ୍ବୀ ଓ ଝିଅ ମିସା ଭାରତୀଙ୍କ ମଧ୍ୟରେ ପୂର୍ବରୁ ଭୁଲ୍‌ ବୁଝାମଣା ରହିଆସିଛି । ଏବଂ ପାରିବାରିକ କନ୍ଦଳକୁ ରାଜନୀତିଠାରୁ ଦୂରେଇ ରଖିବାକୁ ଲାଲୁ ଏପରି ନିଷ୍ପତ୍ତି ନେଇଥିବାର ଅନୁମାନ କରାଯାଉଛି । ଅପରପକ୍ଷରେ ଦଳରେ ଏପରି କୌଣସି ନେତା ନାହାନ୍ତି, ଯାହାଙ୍କୁ ସମେସ୍ତ ଦଳର ନେତା ବୋଲି ଗ୍ରହଣ କରିବେ । ଲାଲୁ ଜେଲ୍‌ରେ ରହି ମଧ୍ୟ ପରିବାର ଓ ଦଳକୁ ଭଲ ଭାବେ ସମ୍ଭାଳିଛନ୍ତି । ଜେଲରେ ରହି ପୁତ୍ର ତେଜସ୍ବୀଙ୍କ ମୁଖ୍ୟମନ୍ତ୍ରୀ ହେବା ନିମନ୍ତେ ସ୍କ୍ରିପ୍ଟ ପ୍ରସ୍ତୁତ କରିବେ ଲାଲୁ ।(ଏଜେନ୍ସି)

 

 

Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ଟିଭି ଆପ୍ ରେ ଓଡ଼ିଆ କଣ୍ଟେଣ୍ଟ ସମ୍ଭାର

June 13, 2026

ବିସ୍ତୃତ ରାଶିଫଳ: ଜୁନ ୧୩ ତାରିଖ ଶନିବାରରେ ୭ଟି ରାଶି ଉପରେ ଶନିଦେବଙ୍କ ରହିଛି ଆଶୀର୍ବାଦ

June 13, 2026

ଇରାନ–ଆମେରିକା ଚୁକ୍ତି ନିକଟତର!: ଆରାଘଚିଙ୍କ ମନ୍ତବ୍ୟ ଓ ଆଶାର ସଙ୍କେତ

June 13, 2026

କ୍ୟାବିନେଟ ବୈଠକ : ୮ ଟି ପ୍ରସ୍ତାବ ଉପରେ ମୋହର

June 12, 2026
Latest News

ଜିଓ ଟିଭି ଆପ୍ ରେ ଓଡ଼ିଆ କଣ୍ଟେଣ୍ଟ ସମ୍ଭାର

June 13, 2026

ବିସ୍ତୃତ ରାଶିଫଳ: ଜୁନ ୧୩ ତାରିଖ ଶନିବାରରେ ୭ଟି ରାଶି ଉପରେ ଶନିଦେବଙ୍କ ରହିଛି ଆଶୀର୍ବାଦ

June 13, 2026

ଇରାନ–ଆମେରିକା ଚୁକ୍ତି ନିକଟତର!: ଆରାଘଚିଙ୍କ ମନ୍ତବ୍ୟ ଓ ଆଶାର ସଙ୍କେତ

June 13, 2026

କ୍ୟାବିନେଟ ବୈଠକ : ୮ ଟି ପ୍ରସ୍ତାବ ଉପରେ ମୋହର

June 12, 2026

ମେଡିକାଲ୍ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁ ଗିରଫ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.