
ସମୀକ୍ଷା ବ୍ୟୁରୋ
କଟକ: ୩/୧୨: କଟକ ବାରବାଟୀରେ ହେବାକୁ ଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ ମ୍ୟାଚ୍ରେ ହେବାକୁ ନେଇ ଟିକେଟ ବୁକିଂ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ଲାଇନ୍ ଟିକେଟ ବୁକିଂର ଅବଧି ଡିସେମ୍ବର ୫ରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ରହିଛି। ପେଟିଏମ୍ ଓ ଇନ୍ସାଇଡର୍ ଡଟ୍ କମ୍ ଜରିଆରେ ଏହି ଅନ୍ଲାଇନ୍ ଟିକେଟ ବୁକିଂ କରାଯାଇପାରିବ। କଟକର କେମ୍ପ୍ରିଜ୍ ସ୍କୁଲ ପାଖରେ ଆସନ୍ତା ଡିସେମ୍ବର ୧୯, ୨୦ଓ ୨୧ ତାରିଖରେ ଏହି ଅନ୍ଲାଇନ୍ ଟିକେଟ ସଂଗ୍ରହ କରାଯିବ।
ଉଲ୍ଲେଖଯୋଗ୍ୟ, ଦୀର୍ଘ ବ୍ୟବଧାନ ପରେ କଟକରେ ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍ ହେବାକୁ ଯାଉଛି। ଓ୍ବେଷ୍ଟଇଣ୍ଡିଜର ଆଗାମୀ ଭାରତ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।
ଅନ୍ଲାଇନ୍ ଟିକେଟ ସବିଶେଷ ତଥ୍ୟ
୧. ଗ୍ୟାଲେରୀ ନଂ -୨ରେ ୩୦୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବା ବେଳେ ପ୍ରତି ଟିକେଟର ୫୦୦ଟଙ୍କା + ଜିଏସ୍ଟି ୧୮% ରହିଛି।
୨. ଗ୍ୟାଲେରୀ ନଂ ୪ରେ ୩୦୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବାବେଳେ ପ୍ରତି ଟିକଟର ମୂଲ୍ୟ ୫୦୦ ଟଙ୍କା + ଜିଏସ୍ଟି ୧୮% ରହିଛି।
୩. ଗ୍ୟାଲେରୀ ନଂ – ୬ରେ ୧୫୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବାବେଳେ ପ୍ରତି ଟିକେଟର ମୂଲ୍ୟ ୪୦୦ଟଙ୍କା ରହିଛି।
୪. ନ୍ୟୁ ପାଭିଲିୟନ୍ ଫାଷ୍ଟ ଫ୍ଲୋର୍ ରେ ମାତ୍ର ୫୦ ଖଣ୍ଡ ଟିକେଟ ଉପଲବ୍ଧ ଥିବାବେଳେ ପ୍ରତି ଟିକେଟର ମୂଲ୍ୟ ୫୦୦୦ ଟଙ୍କା + ଜିଏସ୍ଟି ୧୮% ରହିଛି।
୫. ସ୍ପେଶିଆଲ୍ ଏନ୍କ୍ଲୋଜର୍ – ଏରେ ୫୦୦ ଖଣ୍ଡ ଟିକେଟ୍ ରହିଥିବାବେଳେ ପ୍ରତି ଟିକେଟର ମୂଲ୍ୟ ୩୦୦୦ ଟଙ୍କା +ଜିଏସ୍ଟି ୧୮% ରହିଛି।
୬. ଏସି ବକ୍ସ ଗ୍ୟାଲେରୀ ନଂ ୪ରେ ୧୦୦ ଖଣ୍ଡ ଟିକେଟ ରହିଥିବାବେଳେ ପ୍ରତି ଟିକେଟର ମୂଲ୍ୟ ୫୦୦୦ଟଙ୍କା + ଜିଏସ୍ଟି ୧୮% ରହିଛି। (ଏଜେନ୍ସି)