ଆମେରିକୀୟ ରାଷ୍ଟ୍ରପତି ଦୌଡରୁ ଓହରିଲେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍‌

Published: Dec 4, 2019, 9:52 am IST

ନ୍ୟୁୟର୍କ,4/12: ଭରତୀୟ ବଂଶୋଦ୍ଭବ ଆମେରିକୀୟ ସିନେଟର କମଳା ହ୍ୟାରିସ୍‌ ଆମେରିକୀୟ ରାଷ୍ଟ୍ରପତି ଦୌଡରୁ ଓହରି ଯାଇଛନ୍ତି । ମଙ୍ଗଳବାର 55 ବର୍ଷୀୟ ହ୍ୟାରିସ୍‌ ଆଶ୍ଚର୍ଯ୍ୟଜନକ ଭାବେ ଓହରିଥିବା ନେଇ ସୂଚନା ଦେଇଛନ୍ତି । ଡେମୋକ୍ରାଟିକ୍‌ ଦଳର ଅନ୍ୟତମ ପ୍ରାର୍ଥୀ ଭାବରେ ରାଷ୍ଟ୍ରପତି ଦୌଡରେ ରହିଥିବା ହ୍ୟାରିସ୍‌ଙ୍କ ଲୋକପ୍ରିୟତା ଗତ ସପ୍ତାହରେ 3 ପ୍ରତିଶତକୁ ଖସି ଆସିବା ପରେ କମଳା ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ କମଲା ଏହି ଘୋଷଣା କରିଥିଲେ । ଏହା ମୋ ଜୀବନର ସବୁଠାରୁ କଠିନ ନିଷ୍ପତ୍ତି ଥିଲା ବୋଲି ହ୍ୟାରିସ୍‌ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନିଜର ପ୍ରଥମ ବିତର୍କରେ ପୂର୍ବତନ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କର ଲୋକପ୍ରିୟତା ହ୍ରାସ ପାଇଥିଲା । (ଏଜେନ୍ସୀ)

Related posts