ଉନ୍ନାଓ ଘଟଣାକୁ ନେଇ ବିଧାନସଭା ବାହାରେ ଧାରଣାରେ ବସିଲେ ଅଖିଳେଶ

Published: Dec 7, 2019, 12:45 pm IST

ଉତ୍ତରପ୍ରଦେଶ , ୭/୧୨: ଉନ୍ନାଓ ଘଟଣାକୁ ନେଇ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ହଲ୍ଲା ବୋଲିଛନ୍ତି। ନ୍ୟାୟ ଦାବି କରି ଅଖିଳେଶ ବିଧାନସଭା ସାମ୍ନାରେ ଧାରଣାରେ ବସିଛନ୍ତି। ତାଙ୍କ ସହିତ ନରେଶ ଉତ୍ତମ ଏବଂ ରାଜେନ୍ଦ୍ର ଚୌଧୁରୀ ମଧ୍ୟ ଧାରଣାରେ ବସିଛନ୍ତି। ଅଖିଳେଶ କହିଛନ୍ତି ଯେ, ଉନ୍ନାଓ ଘଟଣା ଅତ୍ୟନ୍ତ ଭୟାବହ। ବିଜେପି ସରକାରରେ ଏହା ପ୍ରଥମ ଘଟଣା ନୁହେ କିନ୍ତୁ ହଜାର ଚେଷ୍ଟା କରିବା ପରେ ବି ସେ ଝିଅକୁ ବଞ୍ଚାଇ ହେଲା ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଅପରାଧ ନିୟନ୍ତ୍ରଣ କରିବାରେ ଅସଫଳ ଥିବା ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ପ୍ରତି ଅପରାଧୀମାନେ ଭୟ କରୁ ନ ଥିବାବେଳେ ଜାମିନ୍‌ରେ ଆସି ମଧ୍ୟ ହତ୍ୟା କରୁଥିବାର ଦେଖାଯାଉଛି ବୋଲି ସମାଜବାଦୀ ପାର୍ଟିର ନେତାମାନେ କହିଛନ୍ତି। ପୀଡ଼ିତାଙ୍କ ପାଇଁ କାଲି ସବୁ  ଜିଲ୍ଲାରେ ଶୋକସଭା କରିବା ନେଇ ଅଖିଳେଶ ଘୋଷଣା କରିଛନ୍ତି । ଉନ୍ନାଓ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ, ଗୃହ ସଚିବ ଓ ମୁଖ୍ୟସଚିବଙ୍କ ଇସ୍ତଫା ଦାବି କରିଛନ୍ତି ଅଖିଳେଶ । (ଏଜେନ୍ସି)

Related posts