ଦିଲ୍ଲୀ ଅଗ୍ନିକାଣ୍ଡ : ମୃତକ ଓ ଆହତଙ୍କ ପାଇଁ ସହାୟତା ଘୋଷଣା କଲେ କେଜ୍‌ରୀଓ୍ବାଲ

Published: Dec 8, 2019, 12:44 pm IST

ନୂଆଦିଲ୍ଲୀ, ୮/୧୨ :  ଦିଲ୍ଲୀର ରାଣୀ ଝାନ୍ସୀ ରୋଡ ଅନାଜ ମଣ୍ଡି ସ୍ଥିତ ଏକ ବିଲ୍ଡିଂରେ ଆଜି ସକାଳ ୫ଟା ୨୨ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୩ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରୁଛି। ଘଟଣାସ୍ଥଳରେ ୩୦ଟି ଦମକଳ ବାହିନୀ ଗାଡି ନିୟୋଜିତ କରାଯାଇଛି। ଏହି ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଏହି ଘଟଣାର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ମୃତକଙ୍କ ପରିବାରକୁ ୧୦ – ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଓ ଆହତଙ୍କୁ ୧-୧ ଲକ୍ଷଟଙ୍କା ସହିତ ମାଗଣା ଚିକିତ୍ସା ଦେବାର ଘୋଷଣା କରିଛନ୍ତି । ସେହିପରି ଘଟଣାସ୍ଥଳରେ ବିଜେପି ନେତା ମନୋଜ ତିୱାରୀ ପୀଡିତଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଓ ଆହତଙ୍କ ପରିବାରକୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଅନାଜ ମଣ୍ଡି କ୍ଷେତ୍ରରେ ହୋଇଥିବା ଭୟାନକ ଅଗ୍ନିକାଣ୍ଡ ମାମଲା ଯାଂଚ୍ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଦିଲ୍ଲୀର ରାଜସ୍ଵ ମନ୍ତ୍ରୀ କୈଳାଶ ଗେହଲଟ ନିର୍ଦ୍ଦେଶ ଦେଇଛନ୍ତି। (ଏଜେନ୍ସି)

 

Related posts