
ରାଞ୍ଚି,9/12: ଝାରଖଣ୍ଡରେ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଳଢେଇ କାରଣରୁ 2 ଜଣଙ୍କ ପ୍ରାଣହାନି ଘଟିଛି । ମୃତକଙ୍କ ମଧ୍ୟରେ ଜଣେ କମାଣ୍ଡର ରହିଛନ୍ତି । ଯବାନଙ୍କ ମଧ୍ୟରେ ଝଗଡାର କାରଣ ଜଣା ପଡି ନାହିଁ । ଝଗଡାରୁ ଜଣେ ଯବାନ ନିଜ କମାଣ୍ଡରଙ୍କୁ ଗୁଳି ମାଡ କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ । ରାଞ୍ଚିର ଖେଲଗାଓଁରେ ଥିବା ସିଆରପିଏଫ୍ କ୍ୟାମ୍ପରେ ଏହି ଅଭାବନୀୟ ଘଟଣା ଘଟିଛି । କମ୍ପାନୀ କମାଣ୍ଡର ଏବଂ ଯବାନଙ୍କ ମଧ୍ୟରେ ବଚସା ହେବାରୁ ପ୍ରଥମେ କମାଣ୍ଡର ଏବଂ ପରେ ନିଜକୁ ଗୁଳି ମାରିଥିଲେ ଯବାନ । ଦୁଇ ଯବାନ ହେଉଛନ୍ତି କମ୍ପାନୀ କମାଣ୍ଡର ମେଲା ରାମ କୁରେ ଏବଂ ଯବାନ ବିକ୍ରମ ରାଜଓ୍ବାଡେ । (ଏଜେନ୍ସୀ)