Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩୮ ବର୍ଷରେ ପଦାର୍ପଣ କଲେ ଦିୟା
ଆଜିର ଖବର

୩୮ ବର୍ଷରେ ପଦାର୍ପଣ କଲେ ଦିୟା

December 9, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ, ୯/୧୨: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ଆଜି ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୮୧ ମସିହା ଡିସେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିବା ଦିୟା  ୨୦୦୦ ମସିହାରେ ମିସ୍‌ ଏସିଆ ପାସିଫିକ୍‌ ଟାଇଟଲ୍‌ର ବିଜୟିନୀ ହୋଇଥିଲେ ।  ’ରହନା ହୈ ତେରେ ଦିଲ୍‌ ମୈ’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପି ଥିଲେ ଦିୟା ମିର୍ଜା।  ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ରହିଥିଲେ ଆର୍‌. ମାଧବନ୍‌। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ପରେ ପରେ ସେ ‘ଦିଓ୍ବାନାପନ୍‌’, ‘ତୁମ୍‌କୋ ନା ଭୁଲ୍‌ ପାୟେଙ୍ଗେ’, ‘ଦମ୍‌’, ‘ପରିଣୀତା’, ‘ଲଗେ ରହୋ ମୁନ୍ନାଭାଇ’ ଓ ‘ସଞ୍ଜୁ’ ଫିଲ୍ମରେ ଅଭିନୟ କରି ଚର୍ଚ୍ଚାକୁ ଆସିଛନ୍ତି। ମାତ୍ର ୧୬ ବର୍ଷ ବୟସରୁ ଦିୟା ଏକ ମଲ୍ଟିମିଡ଼ିଆ କମ୍ପାନୀରେ ମାର୍କେଟିଂ ଏକ୍‌ଜ୍ୟୁଟିଭ୍‌ ଭାବେ କାମ କରୁଥିଲେ। ପରେ ପରେ ତାଙ୍କୁ କେତେକ ବଡ ବଡ଼ କମ୍ପାନୀରୁ ମଡେଲିଂ ପାଇଁ ଅଫର୍‌ ମିଳିଥିଲା। ୨୦୦୦ ମସିହାରେ ଦିୟା ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ଦ୍ବିତୀୟ ରନର୍ସ ଅପ୍‌ ହୋଇଥିଲେ। ତାଙ୍କୁ ମିସ୍‌ ବିୟୁଟିଫୁଲ୍‌ ସ୍ମାଇଲ୍‌,  ମିସ୍‌ କ୍ଲୋଜଅପ୍‌ ସ୍ମାଲଇ୍‌ର ସମ୍ମାନ ମିଳିଥିଲା। ୧୮ ବର୍ଷ ବୟସରେ ଦିୟା ମିସ୍‌ ଏସିଆ ପ୍ୟାସିପିକ୍‌ ଟାଇଟଲ୍‌ ଜିତିଥିଲେ, ସେହି ବର୍ଷ ପ୍ରିୟଙ୍କା ଚୋପ୍ରା ମିସ୍‌ ଓ୍ବାର୍ଲ୍ଡ ଓ ଲାରା ଦତ୍ତ ମିସ୍‌ ୟୁନିଭର୍ସର ଟାଇଟଲ୍‌ ବିଜୟିନୀ ହୋଇଥିଲେ।

ଅକ୍ଟୋବାର ୧୮ ତାରିଖ ୨୦୧୪ ମସିହାରେ ଦିୟା ତାଙ୍କର ବହୁ ଦିନର ବ୍ୟବସାୟିକ ବନ୍ଧୁ ସାହିଲ୍‌ ସାଂଘାଙ୍କୁ ଦିଲ୍ଲୀରେ ବିବାହ କରିଥିଲେ।  ବିବାହର ୫ ବର୍ଷ ପରେ ଦିୟା ଓ ସାହିଲ୍‌ ପରସ୍ପରଠାରୁ ବିଚ୍ଛେଦ ହୋଇଛନ୍ତି । ଦିୟା ସାମାଜିକ କର୍ମୀ ଭାବେ ବେଶ୍‌ ସକ୍ରିୟ ରହିବା ସହିତ ନର୍ମଦା ବଞ୍ଚାଓ ଆନ୍ଦୋଳନରେ ମଧ୍ୟ ସାମିଲ୍‌ ରହିଛନ୍ତି ।

ଦିୟା ଏକ ପ୍ରଡକ୍ସନ ହାଉସ୍‌ ମଧ୍ୟ ଖୋଲିଛନ୍ତି। ତାଙ୍କ ପ୍ରଡକ୍ସନ ହାଉସ୍‌ ୨୦୧୧ ମସିହାରେ ‘ଲଭ ବ୍ରେକ୍‌ଅପ୍‌ ଜିନ୍ଦଗୀ’ ଫିଲ୍ମ ନିର୍ମାଣ କରିଥିଲା। ଦିୟା କେବଳ ହିନ୍ଦୀ ନୁହେଁ ତାମିଲ୍‌ ଓ ବଙ୍ଗାଳୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଦିୟା ‘କାଫିର୍‌’ ଜରିଆରେ ଓ୍ବେବ ସିରିଜରେ ମଧ୍ୟ ପାଦ ରଖିଛନ୍ତି । ୩୮ ତମ ଜନ୍ମଦିବସ ଅବସରରେ ଏହି ଅଭିନେତ୍ରୀଜଣଙ୍କୁ ସୁସ୍ଥ ନିରାମୟ ଜୀବନ କାମନା କରୁଛୁ। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026
Latest News

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.