Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହରିଦ୍ବାର-ଋଷିକେଶ୍‌କୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ହରିଦ୍ବାର-ଋଷିକେଶ୍‌କୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

December 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ୧୩/୧୨:

ଆଜି ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଷ୍ଟେସନରୁ ହରିଦ୍ବାର-ଋଷିକେଶ୍‌କୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଇଆରସିଟିସି ସହଯୋଗରେ ୨୦୧୬ରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ୧୨ଟି ତୀର୍ଥଯାତ୍ରୀ ଦଳ ଦେଶର ବିଭିନ୍ନ ତୀର୍ଥସ୍ଥଳ ବୁଲି ଦେଖିବାର ସୁଯୋଗ ପାଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଷ୍ଟେସନରୁ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍‌ ହରିଦ୍ବାର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଯାତ୍ରୀମାନଙ୍କୁ ସହାୟତା ଯୋଗାଇବା ପାଇଁ ୩୦ ଜଣ ସୁରକ୍ଷା ଅଧିକାରୀ ମଧ୍ୟ ଯାତ୍ରା କରିଛନ୍ତି।

ଏହି ଅବସରରେ ବାଲେଶ୍ବର ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକମାନେ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ବିଦାୟ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକଙ୍କୁ ଯାତ୍ରାର ଶୁଭକାମନା ଜଣାଇଛନ୍ତି। ତୀର୍ଥଯାତ୍ରା କରୁଥିବା ତୀର୍ଥଯାତ୍ରୀଗଣ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଲୋକସଭା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ପର୍ଯ୍ୟଟନ ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ। 

ସୂଚନାଯୋଗ୍ୟ, ୨୦୧୬ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଭିନ୍ନ ଅଞ୍ଚଳର ପ୍ରାୟ ୧୨ ହଜାର ବରିଷ୍ଠ ନାଗରିକମାନେ ତୀର୍ଥ ଭ୍ରମଣର ସୁଯୋଗ ପାଇଛନ୍ତି। ୨୦୧୯-୨୦ ବର୍ଷରେ ଆଉ ତିନିଗୋଟି ତୀର୍ଥଯାତ୍ରୀ ଦଳ ବ୍ରହ୍ମପୁରରୁ ରାମେଶ୍ବର – ମଦୁରାଇ (ଜାନୁଆରୀ ୨୦୨୦), ସମ୍ବଲପୁରରୁ ଆଗ୍ରା-ମଥୁରା-ବୃନ୍ଦାବନ (ଫେବୃଆରୀ ୨୦୨୦),  ୩) ଭୁବନେଶ୍ବରରୁ ଆହ୍ଲାବାଦ-ବନାରସ (ଫେବୃଆରୀ ୨୦୨୦)କୁ ଭ୍ରମଣର ସୁଯୋଗ ପାଇପାରିବେ। (ଏଜେନ୍ସି)

 

Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକଙ୍କୁ ଆତର୍କିତ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

January 15, 2026

ରନ୍ଧା ମଦ କାରଖାନା ଉପରେ ଚଢ଼ାଉ, ବହୁ ସାମଗ୍ରୀ ସହ ୫ ଗିରଫ

January 15, 2026

ଇରାନର ଖରାପ ପରିସ୍ଥିତି ମଧ୍ୟରେ ଏୟାର ଇଣ୍ଡିଆର ମାର୍ଗଦର୍ଶିକା ଜାରି 

January 15, 2026

ହିମାଚଳ ପ୍ରଦେଶରେ ଭୀଷଣ ଅଗ୍ନିକାଣ୍ଡ: ଛଅ ଜୀବନ୍ତ ଦଗ୍ଧ

January 15, 2026
Latest News

ଯୁବକଙ୍କୁ ଆତର୍କିତ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

January 15, 2026

National Startup Day 2026: ଶୁକ୍ରବାରରେ ଆରମ୍ଭ ହେବ ଷ୍ଟାର୍ଟଅପ ଦିବସ, ଦିଆଯିବ 20 ଟି ପୁରସ୍କାର 

January 15, 2026

ରନ୍ଧା ମଦ କାରଖାନା ଉପରେ ଚଢ଼ାଉ, ବହୁ ସାମଗ୍ରୀ ସହ ୫ ଗିରଫ

January 15, 2026

ଇରାନର ଖରାପ ପରିସ୍ଥିତି ମଧ୍ୟରେ ଏୟାର ଇଣ୍ଡିଆର ମାର୍ଗଦର୍ଶିକା ଜାରି 

January 15, 2026

ହିମାଚଳ ପ୍ରଦେଶରେ ଭୀଷଣ ଅଗ୍ନିକାଣ୍ଡ: ଛଅ ଜୀବନ୍ତ ଦଗ୍ଧ

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.