ଭୁବନେଶ୍ବର, ୧୩/୧୨:
ସ୍ୱର୍ଗଦ୍ୱାର ଓ ଶ୍ରୀମନ୍ଦିର ରୋଷଘର ପାଇଁ ଯିବ ବାଲୁଖଣ୍ଡ ଅଭୟାରଣ୍ୟ କାଠ। ଆଜି ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ଼ ପକ୍ଷରୁ ବନ୍ୟପ୍ରାଣୀ ସଂରକ୍ଷଣ ଓ ବନକଣ୍ଡର ବିକାଶ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି। ସ୍ୱର୍ଗଦ୍ୱାର ଓ ଶ୍ରୀମନ୍ଦିର ରୋଷଘର ତିଆରି ପାଇଁ ବାଲୁଖଣ୍ଡ ଅଭୟାରଣ୍ୟ କାଠ ପଠାଯିବା ନେଇ ନିଷ୍ପତ୍ତି ହୋଇଥିବାର ଜଣାଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବାତ୍ୟା ଫୋନି ତାଣ୍ଡବରେ ପୁରୀରେ ଅନେକ କ୍ଷୟକ୍ଷତି ହୋଇଛି। ଫୋନି ବାତ୍ୟାରେ ବାଲୁଖଣ୍ଡ ଅଭୟାରଣ୍ୟରେ ପ୍ରାୟ କୋଟିଏ ଗଛ ନଷ୍ଟ ହୋଇଛି । ବାତ୍ୟା ଫୋନିରେ ନଷ୍ଟ ହୋଇଥିବା ବା ଉପୁଡ଼ିଥିବା ଗଛର ୧୫ଲକ୍ଷ ଟନ କାଠ ଶ୍ରୀମନ୍ଦିର ଯିବ। ପୁନରୁଦ୍ଧାର ପାଇଁ ଇକୋ ଡେଭେଲପମେଣ୍ଟ କମିଟିକୁ ୩ଲକ୍ଷ ଗଛ ଦିଆଯିବ । (ଏଜେନ୍ସି)