ଭାରତ ବଞ୍ଚାଅ ରାଲିରେ ରାହୁଲ୍‌ଙ୍କ ଦମ୍ଭୋକ୍ତି : ସତ ପାଇଁ ଭୁଲ୍‌ ମାଗିବି ନାହିଁ 

Published: Dec 14, 2019, 3:04 pm IST

ଦିଲ୍ଲୀ, ୧୪/୧୨: ଦିଲ୍ଲୀର ରାମଲୀଳା ମୈଦାନଠାରେ ଆୟୋଜିତ କଂଗ୍ରେସର ଭାରତ ବଞ୍ଚାଅ ରାଲିରେ  ରାହୁଲ୍‌ ଗାନ୍ଧି ବିଜେପିକୁ ଟାର୍ଗେଟ୍‌ କରିବା ସହିତ ସେ କଦାପି କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି ।  ‘ରେପ୍‌ ଇନ୍‌ ଇଣ୍ଡିଆ’ ଉକ୍ତିକୁ ନେଇ ସେ କେବେବି ଭୁଲ୍‌ ମାଗିବେ ନାହିଁ ବୋଲି କହିଛନ୍ତି। କାରଣ ଏହା ସତ। ତେଣୁ ସେ ସତ ପାଇଁ କ୍ଷମା ମାଗିବେ ନାହିଁ। ଶୁକ୍ରବାର ରାହୁଲଙ୍କ ଏହି କଥାକୁ ନେଇ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ହଙ୍ଗାମା ହେବା ସହ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଥିଲା।  ଆହୁରି ମଧ୍ୟ ସେ ତାଙ୍କ ନାଁ ରାହୁଲ ସାଭରକର ନୁହେଁ ରାହୁଲ ଗାନ୍ଧୀ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି(ଭାଜପା) ନାଗରିକତ୍ୱ ସଂଶୋଧନ ବିଲକୁ ନେଇ ଯେଉଁ ବିରୋଧ ହୋଇଛି ସେଥିରୁ ଜନତାଙ୍କ ଧ୍ୟାନ ହଟାଇବାକୁ ବିଜେପି ଏପରି ଦାବି କରୁଛି । ସାରାଦେଶବାସୀଙ୍କ ଆଗରେ ମୋଦି ଓ ଶାହା କ୍ଷମା ମାଗିବା ଉଚିତ୍‌ ବୋଲି କହିଛନ୍ତି ରାହୁଲ୍‌ । (ଏଜେନ୍ସି)

Related posts