40 ଲକ୍ଷ ଟଙ୍କା ଆତ୍ମସାତ : 3 ବ୍ୟାଙ୍କ ମିତ୍ର ଗିରଫ

Published: Dec 21, 2019, 11:45 am IST

ସମୀକ୍ଷା ବ୍ୟୁରୋ
ରାଉରକେଲା,21/12 : ବ୍ୟାଙ୍କରୁ 40 ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ରାଉରକେଲା ସାଇବର ଥାନା ପୁଲିସ୍‌ 3 ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତଙ୍କ ନିକଟରୁ ପୁଲିସ୍‌ 2.80 ଲକ୍ଷ ଟଙ୍କା ଜବତ କରିଛି । 2018 ମସିହା ସେପ୍ଟେମ୍ବର 21 ତାରିଖରୁ ଅକ୍ଟୋବର 5 ତାରିଖ ମଧ୍ୟରେ ବନ୍ଧମୁଣ୍ଡା ଏବଂ ବୀରମିତ୍ରପୁରସ୍ଥିତ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଏହି ଦୁର୍ନୀତି ହୋଇଥିବା ଜଣାପଡ଼ିଛି । ରାଉରକେଲା ସାଇବର ଥାନାରେ ଏନେଇ ଅଭିଯୋଗ ହେବାପରେ ପୁଲିସ୍‌ ଶନିବାର ଦିନ ଏହି ତିନି ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି।

Related posts