ଆସାମ ହିଂସା ପାଇଁ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ସୋନଓ୍ବାଲ

Published: Dec 21, 2019, 12:09 pm IST

ଗୌହାଟୀ, 21/12 : ନାଗରିକତ୍ବ ସଂଶୋଧନ ଆଇନ(ସିଏଏ)କୁ ନେଇ ଆସାମରେ ଘଟିଥିବା ହିଂସାକାଣ୍ଡର ଏସଆଇଟି ତଦନ୍ତ ହେବ । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏ ନେଇ ସ୍ବତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି) ଗଠନ କରିଛନ୍ତି । ଶନିବାର ସୋନଓ୍ବାଲ ଏସ୍‌ଆଇଟି ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ନାଗରିକତ୍ବ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ରାଜ୍ୟରେ ହିଂସାକାଣ୍ଡ ଘଟିଥିଲା । ଯେଉଁମାନେ ହିଂସାରେ ସାମିଲ ରହିଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ । ହିଂସାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୋନଓ୍ବାଲ ଦୃଢୋକ୍ତି ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Related posts