ବାରିପଦାରେ ସେକ୍ସ ରାକେଟ୍‌ : 30 ଯୁବକ ଯୁବତୀଙ୍କ ସହିତ 3 ମ୍ୟାନେଜର ଅଟକ

Published: Dec 22, 2019, 8:31 am IST

ସମୀକ୍ଷା ବ୍ୟୁରୋ
ବାରିପଦା,22/12 : ମୟୂରଭଞ୍ଜ ବାରିପଦାରେ ସେକ୍ସ ରାକେଟ ଠାବ ହୋଇଛି । ବାରିପଦାର 3ଟି ଲଜ୍‌ ଉପରେ ଚଢାଉ କରି ପୋଲିସ 30 ଯୁବକଯୁବତୀଙ୍କୁ ଅଟକ ରଖିଛି । ଏହା ସହିତ ତିନୋଟି ଲଜ୍‌ର ମ୍ୟାନେଜରଙ୍କୁ ମଧ୍ୟ ପୋଲିସ୍‌ ଅଟକ ରଖିଛି । କିଛି ଦିନ ହେବ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଥିବା କେତେକ ହୋଟେଲରେ ବେଆଇନ ଭାବେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ରହିଥିଲା । ସୂଚନା ପାଇ ଟାଉନ ଥାନା ପୋଲିସ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏହି ରାକେଟ୍‌ରେ ହୋଟେଲ ମାଲିକଙ୍କ ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଛି ।

Related posts