ବାରବାଟୀରେ ଆଜି ଅନ୍ତିମ ଦିନିକିଆ : ସିରିଜ୍‌ ବିଜୟ ଲକ୍ଷ୍ୟରେ ଉଭୟ ଦଳ

Published: Dec 22, 2019, 9:05 am IST

ସମୀକ୍ଷା ବ୍ୟୁରୋ,
କଟକ,22/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡ଼ିୟମରେ ରବିବାର ଖେଳାଯିବ । ସିରିଜ୍‌ 1-1ରେ ରହିଥିବାରୁ ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଉଭୟ ଦଳ ସିରିଜ୍‌ କବ୍‌ଜା କରିବାର ଉଦ୍ୟମ କରିବେ । ଅପରାହ୍ନ 1.30 ମିନିଟରେ ଏହି ବହୁ ପ୍ରତୀକ୍ଷିତ ଏହି ମ୍ୟାଚ ଆରମ୍ଭ ହେବ । ମ୍ୟାଚ୍‌ ପାଇଁ ଉଭୟ ଦଳର ଖେଳାଳି ଦିନ 11ଟା ସୁଦ୍ଧା ଷ୍ଟାଡିୟମ୍‌ରେ ପହଞ୍ଚିବେ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଶନିବାର ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଟିମ ବାରବାଟୀରେ ଅଭ୍ୟାସ କରିଛନ୍ତି । ଭାରତ ପାଇଁ ନବଦୀପ୍‌ ସାଇନି ଏହି ମ୍ୟାଚ୍‌ରେ ପଦାର୍ପଣ କରିବାର ସମ୍ଭାବନା ରହିଛି । ସେହିପରି ସିରିଜ୍‌ ବିଜୟୀ ହେବାକୁ ହେଲେ ପୁନର୍ବାର ଦଳର ଟପ୍‌ ଅର୍ଡର ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ ।

Related posts