Categories
ଆଜିର ଖବର

ବାରବାଟୀରେ ଆଜି ଅନ୍ତିମ ଦିନିକିଆ : ସିରିଜ୍‌ ବିଜୟ ଲକ୍ଷ୍ୟରେ ଉଭୟ ଦଳ

ସମୀକ୍ଷା ବ୍ୟୁରୋ,
କଟକ,22/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡ଼ିୟମରେ ରବିବାର ଖେଳାଯିବ । ସିରିଜ୍‌ 1-1ରେ ରହିଥିବାରୁ ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଉଭୟ ଦଳ ସିରିଜ୍‌ କବ୍‌ଜା କରିବାର ଉଦ୍ୟମ କରିବେ । ଅପରାହ୍ନ 1.30 ମିନିଟରେ ଏହି ବହୁ ପ୍ରତୀକ୍ଷିତ ଏହି ମ୍ୟାଚ ଆରମ୍ଭ ହେବ । ମ୍ୟାଚ୍‌ ପାଇଁ ଉଭୟ ଦଳର ଖେଳାଳି ଦିନ 11ଟା ସୁଦ୍ଧା ଷ୍ଟାଡିୟମ୍‌ରେ ପହଞ୍ଚିବେ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଶନିବାର ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଟିମ ବାରବାଟୀରେ ଅଭ୍ୟାସ କରିଛନ୍ତି । ଭାରତ ପାଇଁ ନବଦୀପ୍‌ ସାଇନି ଏହି ମ୍ୟାଚ୍‌ରେ ପଦାର୍ପଣ କରିବାର ସମ୍ଭାବନା ରହିଛି । ସେହିପରି ସିରିଜ୍‌ ବିଜୟୀ ହେବାକୁ ହେଲେ ପୁନର୍ବାର ଦଳର ଟପ୍‌ ଅର୍ଡର ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ ।

Categories
ଆଜିର ଖବର

ରୋହିତ-ରାହୁଲଙ୍କ ଶତକ : 35 ଓଭର ସୁଦ୍ଧା ଭାରତ 220/0

ବିଶାଖାପଟ୍ଟନମ,18/12: ବିଶାଖାପଟ୍ଟନମରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ଭାରତୀୟ ଓପ୍‌ନର ଚମତ୍କାର ବ୍ୟାଟିଂ କରିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ୍‌ ଶତକ ହାସଲ କରିବା ସହିତ ପ୍ରଥମ ଓ୍ବିକେଟରେ ଦ୍ବିଶତକୀୟ ଭାଗିଦାରୀ କରିଥିଲେ । 36 ଓଭର ସୁଦ୍ଧା ଭାରତ 220 ରନ୍‌ ସଂଗ୍ରହ କରିଥିବା ବେଳେ ରୋହିତ(114) ଏବଂ ରାହୁଲ (102) ରନ୍‌ରେ ବ୍ୟାଟିଂ କରୁଛନ୍ତି । ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଦୁଇ ଓପ୍‌ନର ରୋହିତ ଶର୍ମା ଏବଂ କେଏଲ୍‌ ରାହୁଲ ସତର୍କତାର ସହିତ ଇନିଂସ ଆରମ୍ଭ କରିଥିଲେ । ପ୍ରାରମ୍ଭରୁ ରାହୁଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ ରୋହିତ ଜଗି ରଖି ଖେଳିଥିଲେ । ପରେ ରୋହିତ ରନ୍‌ଗତି ବଢାଇବା ସହିତ 33 ତମ ଓଭରରେ 108 ବଲ୍‌ରୁ 11ଟି ଚୌକା ଏବଂ 2 ଛକ୍କା ସହାୟତାରେ ନିଜର ଶତକ ପୂରଣ କରିଥିଲେ । ଏହା ବ୍ୟତିତ ରାହୁଲ 102ଟି ବଲ୍‌ର ସମ୍ମୁଖୀନ ହୋଇ 8ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ ଶତକ ପୂରଣ କରିଥିଲେ ।

Categories
ଆଜିର ଖବର

ଭାରତ- ଓ୍ବିଣ୍ଡିଜ୍‌ ଦ୍ବିତୀୟ ଦିନିକିଆ : ଟସ୍‌ ଜିତି ପୋଲାର୍ଡଙ୍କ ବୋଲିଂ ନିଷ୍ପତ୍ତି

ବିଶାଖାପଟ୍ଟନମ୍‌, 18/12 : ଭାରତ ଏବଂ ଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ବିଶାଖାପଟ୍ଟନମ୍‌ରେ ଖେଳା ଯାଉଛି । ଦ୍ବିତୀୟ ଦିନିକିଆରେ ଓ୍ବିଣ୍ଡିଜ୍‌ ଅଧିନାୟକ ପୋଲାର୍ଡ ଟସ୍‌ ଜିତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଭାରତ ଏହି ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନର ଲକ୍ଷ୍ୟ ରଖିଥିବା ବେଳେ ଇଣ୍ଡିଜ ସିରିଜ୍‌ ବିଜୟର ଲକ୍ଷ୍ୟ ରଖିଛି । ଦୁଇଟି ପରିବର୍ତ୍ତନ ସହ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ପଡିଆକୁ ଓହ୍ଲାଇଥିବା ବେଳେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ସୁନୀଲ ଅମ୍ବ୍ରିସ୍‌ଙ୍କ ସ୍ଥାନରେ ଏଭିନ୍‌ ଲୁଇସ୍‌ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଖେରୀ ପିୟର ହେଡେନ୍‌ ଓ୍ବାଲ୍ସଙ୍କ ସ୍ଥାନରେ ଖେଳୁଛନ୍ତି । ସେହିପରି ଶିବମ ଦୁବେଙ୍କ ସ୍ଥାନରେ ଭାରତ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ଶ୍ରେୟସ୍‌ ଓ ପନ୍ତଙ୍କ ଅର୍ଦ୍ଧଶତକ : ଓ୍ବେଷ୍ଟଇଣ୍ଡିଜ୍‌ ସମ୍ମୁଖରେ 288 ରନ୍‌ର ବିଜୟ ଲକ୍ଷ୍ୟ

ଚେନ୍ନାଇ, 15/12 : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ 287 ରନ୍‌ ସଂଗ୍ରହ କରିଛି । ଏହା ଫଳରେ ୱେଷ୍ଟଇଣ୍ଡିଜ ସମ୍ମୁଖରେ 288 ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଟସ୍‌ ଜିତ ୱେଷ୍ଟଇଣ୍ଡିଜ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । 25 ରନ୍‌ରେ ଦୁଇଟି ଓ୍ବିକେଟ୍‌ ହରାଇବା ସହିତ ଭାରତ ସଙ୍କଟରେ ପଡିଥିଲା । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ(71) ଓ ଶ୍ରେୟସ ଆୟର(70) ରନ୍‌ର ଇନିଂସ ଫଳରେ ଭାରତ 287 ରନ୍‌ ସଂଗ୍ରହ କରିଥିଲା । ଶେଷ ଭାଗରେ କେଦାର ଜାଦବ(40) ଏବଂ ରବୀନ୍ଦ୍ର ଜାଡେଜା(21)ଙ୍କ ଇନିଂସ ବଳରେ ଭାରତ 280 ରନ୍‌ ସଂଗ୍ରହ କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ଶେଲଡନ୍‌ କର୍ଟେଲ, ଆଲଜାରୀ ଜୋଶେଫ ଓ କିମୋ ପଲ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଶ୍ରେୟସ୍‌ ଓ ପନ୍ତଙ୍କ ଅର୍ଦ୍ଧଶତକ : ଭାରତ 173/3

ଚେନ୍ନାଇ, 15/12 : ଭାରତ ଏବଂ ଓ୍ବିଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଶ୍ରେୟସ୍‌ ଆୟାର ଏବଂ ଋଷଭ ପନ୍ତ ଅର୍ଦ୍ଧଶତକ ହାସଲ କରିଛନ୍ତି । ଦୁଇ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ଭାରତ 173/3 ରନ୍‌ ସଂଗ୍ରହ କରିଛି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ କଟରେଲ(2/12) ଫଳରେ 25 ରନ୍‌ ମଧ୍ୟରେ ରାହୁଲ ଏବଂ କୋହଲିଙ୍କ ଓ୍ବିକେଟ ହରାଇଥିଲା । ରୋହିତ ଶର୍ମା(36) ଆୟାରଙ୍କ ସହିତ 55 ରନ୍‌ ଯୋଡିଥିଲେ । ଆଲଜାରୀ ଯୋଶେଫ୍‌ ଏହି ଯୋଡି ଭାଙ୍ଗିବା ପରେ ପନ୍ତ ଏବଂ ଆୟାର ପଞ୍ଚମ ଓ୍ବିକେଟ୍‌ରେ ଅବିଭାଜିତ 85 ରନ୍‌ କରି ବ୍ୟାଟିଂ କରୁଛନ୍ତି । 33 ଓଭର ଶେଷ ସୁଦ୍ଧା ଆୟାର(59) ଏବଂ ପନ୍ତ(51) ରନ୍‌ରେ ବ୍ୟାଟିଂ କରୁଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି : ଶିବମ ଦୁବେଙ୍କ ଦିନିକିଆ ପଦାର୍ପଣ

ଚେନ୍ନାଇ, 15/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ସିରିଜ୍‌ର ଟି ଟ୍ବେଣ୍ଟି ସିରିଜ୍ ପରେ ଆଜିଠୁ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି । ଚେନ୍ନାଇର ଏମ୍‌ ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ କେଦାର ଜାଦବ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଶିବମ ଦୁବେ ଦିନିକିଆ ପଦାର୍ପଣ କରିଛନ୍ତି । ସେହିପରି ଧଓ୍ବନ୍‌ଙ୍କ ଅନୁପସ୍ଥିତିରେ ରାହୁଲ୍‌ ଓପନିଂ ଦାୟିତ୍ବ ସମ୍ଭାଳିଥିବା ବେଳେ ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଦୀପକ ଚହର ଦଳରେ ସ୍ଥାନ ପାଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଓ୍ବିଣ୍ଡିଜ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା : ଭୁବନେଶ୍ବର ଓ ସାମିଙ୍କ ପ୍ରତ୍ୟାବର୍ତ୍ତନ

ଡିସେମ୍ବରରେ ଭାରତ ଗସ୍ତରେ ଆସୁଥିବା ଓ୍ବିଣ୍ଡିଜ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ଭୁବନେଶ୍ବର କୁମାର ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବାଂଲାଦେଶ ବିପକ୍ଷ ଟି20 ଦଳରେ ଥିବା ଶିବମ ଦୁବେ ପ୍ରଥମ ଥର ପାଇଁ ଦିନିକିଆ ଦଳରେ ମନୋନୀତ ହୋଇଛନ୍ତି । ଖରାପ ଫର୍ମ ସତ୍ତ୍ବେ ଋଷଭ ପନ୍ତଙ୍କ ଉପରେ ଚୟନକର୍ତ୍ତା ପୁନର୍ବାର ଭରସା ପ୍ରକଟ କରିଛନ୍ତି । ଉଭୟ ଦଳରେ ପନ୍ତଙ୍କୁ ସାମିଲ କରାଯାଇଛି ।

ଦିନିକିଆ ଦଳ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ବନ୍‌, କେ ଏଲ୍‌ ରାହୁଲ, ଋଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ,ମହମ୍ମଦ ସାମି, ଦୀପକ ଚହର ଏବଂ ଭୁବନେଶ୍ବର କୁମାର ।

ଟି20 ଦଳ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ବନ୍‌, କେ ଏଲ୍‌ ରାହୁଲ, ଋଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ୍‌ ସୁନ୍ଦର, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି ଏବଂ ଭୁବନେଶ୍ବର କୁମାର । (ଏଜେନ୍ସୀ)