ଭାରତ- ଓ୍ବିଣ୍ଡିଜ୍‌ ଦ୍ବିତୀୟ ଦିନିକିଆ : ଟସ୍‌ ଜିତି ପୋଲାର୍ଡଙ୍କ ବୋଲିଂ ନିଷ୍ପତ୍ତି

Published: Dec 18, 2019, 1:18 pm IST

ବିଶାଖାପଟ୍ଟନମ୍‌, 18/12 : ଭାରତ ଏବଂ ଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ବିଶାଖାପଟ୍ଟନମ୍‌ରେ ଖେଳା ଯାଉଛି । ଦ୍ବିତୀୟ ଦିନିକିଆରେ ଓ୍ବିଣ୍ଡିଜ୍‌ ଅଧିନାୟକ ପୋଲାର୍ଡ ଟସ୍‌ ଜିତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଭାରତ ଏହି ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନର ଲକ୍ଷ୍ୟ ରଖିଥିବା ବେଳେ ଇଣ୍ଡିଜ ସିରିଜ୍‌ ବିଜୟର ଲକ୍ଷ୍ୟ ରଖିଛି । ଦୁଇଟି ପରିବର୍ତ୍ତନ ସହ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ପଡିଆକୁ ଓହ୍ଲାଇଥିବା ବେଳେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ସୁନୀଲ ଅମ୍ବ୍ରିସ୍‌ଙ୍କ ସ୍ଥାନରେ ଏଭିନ୍‌ ଲୁଇସ୍‌ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଖେରୀ ପିୟର ହେଡେନ୍‌ ଓ୍ବାଲ୍ସଙ୍କ ସ୍ଥାନରେ ଖେଳୁଛନ୍ତି । ସେହିପରି ଶିବମ ଦୁବେଙ୍କ ସ୍ଥାନରେ ଭାରତ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି । (ଏଜେନ୍ସୀ)

Related posts