ଆରମ୍ଭ ହେଲା “ରିଲାଏନସ ଜିଓ”ର ହାପି ନିୟୁ ଇୟର ଅଫର, ୨୦୨୦ ଟଙ୍କାର ରିଚାର୍ଜ କରି ପାଆନ୍ତୁ ଏହି ମାଗଣା ସେବା

Published: Dec 24, 2019, 12:35 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ମୁକେଶ ଆମ୍ବାନୀ କଂପାନୀ ରିଲାଏନସ ଜିଓ ତରଫରୁ ଗ୍ରାହକମାନଙ୍କ ନିମନ୍ତେ ନୂଆ ବର୍ଷ ପାଇଁ କରାଯାଇଛି ଏକ ବଡ ଘୋଷଣା। ୨୦୨୦ ବର୍ଷକୁ ଦୃଷ୍ଟିରେ ରଖି କଂପାନୀ କରିଛି ଏହି ଘୋଷଣା,ଯାହା ଆଜିଠାରୁ ଆରମ୍ଭ ହୋଇଛି। ଘୋଷଣା ଅନୁସାରେ ଜିଓ ଗ୍ରାହକମାନେ ୨୦୨୦ ଟଙ୍କାର ରିଚାର୍ଜ କଲେ ତାଙ୍କୁ ଗୋଟିଏ ବର୍ଷ ପାଇଁ ସବୁ ସେବା ମାଗଣା ମିଳିପାରିବ। ଅର୍ଥାତ ଏହି ରିଚାର୍ଜରେ ଗ୍ରାହକମାନେ ମାଗଣା କଲ, ଏସଏମଏସ ଏବଂ ଡାଟା ପ୍ୟାକ ହାସଲ କରିପାରିବେ। ଯେଉଁମାନେ ବର୍ତ୍ତମାନ ଜିଓ ଗ୍ରାହକ ଅଛନ୍ତି ସେମାନଙ୍କ ପାଇଁ ଏହା ଲାଗୁ କରାଯିବ। ତେବେ ଯେଉଁମାନେ ନୂଆ ଗ୍ରାହକ ହେବେ ସେମାନଙ୍କ ପାଇଁ ଆହୁରି ଲାଭ ଦାୟକ ଅଫର ଘୋଷଣା କରାଯାଇଛି। ତାହା ହେଲା ନୂଆ ଗ୍ରାହକ ୨୦୨୦ ଟଙ୍କା ଦେଲେ ସେମାନଙ୍କୁ ମିଳିବ ମାଗଣା ଜିଓ ଫୋନ ସହିତ ଏକ ବର୍ଷ ପାଇଁ ଅସୀମିତ ମାଗଣା କଲ। ଏଥିସହିତ ପ୍ରତିଦିନ ଏକଶହ ମାଗଣା ଏସଏମଏସ  ଏବଂ ୦.୫ ଜିବି ଡାଟା ମଧ୍ୟ ମିଳିବ।ତେବେ ଜିଓ ତରଫରୁ ଏପରି ଅଫର ଘୋଷଣା ହେବା ପରେ ଅନ୍ୟ ମୋବାଇଲ ସେବାକାରୀ ସଂସ୍ଥା ଚିନ୍ତାରେ ପଡିଯାଇଛନ୍ତି।

Related posts