Categories
ଆଜିର ଖବର

ଆରମ୍ଭ ହେଲା “ରିଲାଏନସ ଜିଓ”ର ହାପି ନିୟୁ ଇୟର ଅଫର, ୨୦୨୦ ଟଙ୍କାର ରିଚାର୍ଜ କରି ପାଆନ୍ତୁ ଏହି ମାଗଣା ସେବା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ମୁକେଶ ଆମ୍ବାନୀ କଂପାନୀ ରିଲାଏନସ ଜିଓ ତରଫରୁ ଗ୍ରାହକମାନଙ୍କ ନିମନ୍ତେ ନୂଆ ବର୍ଷ ପାଇଁ କରାଯାଇଛି ଏକ ବଡ ଘୋଷଣା। ୨୦୨୦ ବର୍ଷକୁ ଦୃଷ୍ଟିରେ ରଖି କଂପାନୀ କରିଛି ଏହି ଘୋଷଣା,ଯାହା ଆଜିଠାରୁ ଆରମ୍ଭ ହୋଇଛି। ଘୋଷଣା ଅନୁସାରେ ଜିଓ ଗ୍ରାହକମାନେ ୨୦୨୦ ଟଙ୍କାର ରିଚାର୍ଜ କଲେ ତାଙ୍କୁ ଗୋଟିଏ ବର୍ଷ ପାଇଁ ସବୁ ସେବା ମାଗଣା ମିଳିପାରିବ। ଅର୍ଥାତ ଏହି ରିଚାର୍ଜରେ ଗ୍ରାହକମାନେ ମାଗଣା କଲ, ଏସଏମଏସ ଏବଂ ଡାଟା ପ୍ୟାକ ହାସଲ କରିପାରିବେ। ଯେଉଁମାନେ ବର୍ତ୍ତମାନ ଜିଓ ଗ୍ରାହକ ଅଛନ୍ତି ସେମାନଙ୍କ ପାଇଁ ଏହା ଲାଗୁ କରାଯିବ। ତେବେ ଯେଉଁମାନେ ନୂଆ ଗ୍ରାହକ ହେବେ ସେମାନଙ୍କ ପାଇଁ ଆହୁରି ଲାଭ ଦାୟକ ଅଫର ଘୋଷଣା କରାଯାଇଛି। ତାହା ହେଲା ନୂଆ ଗ୍ରାହକ ୨୦୨୦ ଟଙ୍କା ଦେଲେ ସେମାନଙ୍କୁ ମିଳିବ ମାଗଣା ଜିଓ ଫୋନ ସହିତ ଏକ ବର୍ଷ ପାଇଁ ଅସୀମିତ ମାଗଣା କଲ। ଏଥିସହିତ ପ୍ରତିଦିନ ଏକଶହ ମାଗଣା ଏସଏମଏସ  ଏବଂ ୦.୫ ଜିବି ଡାଟା ମଧ୍ୟ ମିଳିବ।ତେବେ ଜିଓ ତରଫରୁ ଏପରି ଅଫର ଘୋଷଣା ହେବା ପରେ ଅନ୍ୟ ମୋବାଇଲ ସେବାକାରୀ ସଂସ୍ଥା ଚିନ୍ତାରେ ପଡିଯାଇଛନ୍ତି।

Categories
ବିଶେଷ ଖବର

ଓଡିଶାରେ ରିଲାଏନସ ଜିଓ 48 ପ୍ରତିଶତ ବଜାରକୁ କରିଛି ଦଖଲ, ଟ୍ରାଇ ରିପୋର୍ଟ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: 25/11: ଓଡ଼ିଶାର ଟେଲିକମ ଓ ଡିଜିଟାଲ ସେବା ବର୍ଗରେ ନିଜର ରାଜସ୍ୱ ନେତୃତ୍ୱ ସ୍ଥିତିକୁ ସଂପ୍ରସାରିତ କରି ରିଲାଏନ୍ସ ଜିଓ ୨୦୧୯ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ମୋଟ ରାଜସ୍ୱର ୪୮.୧%ରୁ ଅଧିକ ବଜାର ଅଂଶ ହାସଲ କରିଛି ବୋଲି ନିକଟରେ ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି । ଓଡ଼ିଶାରେ ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ମୋଟ ରାଜସ୍ୱରେ ଜିଓର ୪୮.୧% ବଜାର ଅଂଶ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ଠାରୁ ୧୨% ଅଧିକ ରହିଛି ।

ଓଡ଼ିଶାରେ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର)ରେ ମଧ୍ୟ ଏହି ତ୍ରୟମାସରେ, ରିଲାଏନ୍ସ ଜିଓ ଏହାର ନେତୃôତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରି ବୃହତ ୫୬.୮% ବଜାର ଅଂଶ ହାସଲ କରି, ଅନ୍ୟମାନଙ୍କ ଠାରୁ ବହୁତ ଆଗକୁ ବଢ଼ିଯାଇଛି ବୋଲି ଟ୍ରାଇ ରିପୋର୍ଟରେ ପ୍ରକାଶ ପାଇଛି । ରିପୋର୍ଟ ମୁତାବକ, ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ରିଲାଏନ୍ସ ଜିଓ ୪୬୯.୭ କୋଟି ଟଙ୍କାର ମୋଟ ରାଜସ୍ୱ (ଗ୍ରସ ରେଭିନ୍ୟୁ) ହାସଲ କରିଥିବା ବେଳେ ୩୪୯.୪ କୋଟି ଟଙ୍କା ସହିତ ଏୟାରଟେଲ, ୯୪.୭ କୋଟି ଟଙ୍କା ସହ ଭୋଡାଫୋନ ଆଇଡିଆ ଓ ୫୯.୪ କୋଟି ଟଙ୍କା ସହ ବିଏସଏନଏଲ ଏହା ଠାରୁ ବହୁ ପଛରେ ରହିଛନ୍ତି ।

ଜାତୀୟ ସ୍ତରରେ ମଧ୍ୟ ରିଲାଏନ୍ସ ଜିଓ ଏହି କ୍ଷେତ୍ରର ଶ୍ରେଷ୍ଠ ରାଜସ୍ୱ ହାସଲକାରୀ ଭାବେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରି ୨୦୧୯ର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ମୋଟ ରାଜସ୍ୱର ସର୍ବାଧିକ ୩୪.୭% ବଜାର ଅଂଶ ହାସଲ କରିଛି ବୋଲି ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିଜର ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ଅପହଂଚ ଅଂଚଳରେ ୪ଜି ନେଟୱର୍କର ଦ୍ରୁତ ସଂପ୍ରସାରଣ ଓ ଗ୍ରାମାଚଂଳ ଓ ଅର୍ଧ-ସହରାଚଂଳରେ ଅତ୍ୟଧିକ ଲୋକପ୍ରିୟ ସୁଲଭ ଜିଓଫୋନ-ଭାରତର ସ୍ମାର୍ଟଫୋନକୁ ନେଇ ଓଡ଼ିଶାରେ ପ୍ରତି ମାସରେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ୁଛି ।

ଟ୍ରାଇ ତରଫରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ମାସରେ ୨ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ି ଓଡ଼ିଶାରେ ଏହାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟାକୁ ୧.୧୦ କୋଟିରୁ ଅଧିକ ସ୍ତରକୁ ନେଇଛି । ୨୦୧୯ ସେପ୍ଟେମ୍ବରର ଟ୍ରାଇ ପ୍ରଦତ ଗ୍ରାହକ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ମାସରେ ସାରା ଦେଶରେ ରିଲାଏନ୍ସ ଜିଓ ୬୯.୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଥିବା ବେଳେ ଅନ୍ୟ ଅପରେଟର ଯଥା ଏୟାରଟେଲ ଓ ଭୋଡାଫୋନ ଆଇଡିଆ ୪୯ ଲକ୍ଷରୁ ଅଧିକ ଗ୍ରାହକ ହରାଇଛନ୍ତି ।

Categories
ବିଶେଷ ଖବର ବ୍ୟବସାୟ

୨୦୧୯ ଜୁନ ସୁଦ୍ଧା ଓଡ଼ିଶାରେ ଜିଓ ଗ୍ରାହକ ସଂଖ୍ୟା ୧ କୋଟି ଟପିଲା, ଟ୍ରାଇ ତରଫରୁ ପ୍ରକାଶ ପାଇଲା ସର୍ବ ଭାରତୀୟ ମୋବାଇଲ ସର୍ଭେ ରିପୋର୍ଟ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା ପୂର୍ବକ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଓ ଏବେ ଦେଶର ସର୍ବବୃହତ ମୋବାଇଲ ସେବା ପ୍ରଦାନକାରୀ ହୋଇଥିବା ରିଲାଏନ୍ସ ଜିଓର ଓଡ଼ିଶା ଟେଲିକମ ସର୍କଲରେ ଗ୍ରାହକ ସଂଖ୍ୟା ୧୦ ନିୟୁତରୁ (୧ କୋଟି) ଅଧିକ ହୋଇଥିବା ଭାରତୀୟ ଦୂରସଂ•ର ନିୟାମକ କର୍ତୃପକ୍ଷ (ଟ୍ରାଇ) ଆଜି ୨୦୧୯ ଜୁନ ମାସ ପାଇଁ ଜାରି କରିଥିବା ଦୂରସଂ•ର ଗ୍ରାହକ ତଥ୍ୟ ରିପୋର୍ଟରୁ ଜଣାପଡ଼ିଛି । ଏହି ସଫଳତାକୁ କଂପାନି ଦ୍ରୁତ ଗତିରେ ହାସଲ କରିଛି । ନିଜର ବାଣିଜ୍ୟିକ କାରବାର ଆରମ୍ଭ କରିବାର ତିନି ବର୍ଷରୁ କମ ସମୟ ଭିତରେ ଏହାର ଗ୍ରାହକ ସଂଖ୍ୟା ୧ କୋଟିରୁ ଅଧିକ ହୋଇଛି ।

ଗ୍ରାହକ ସଂଖ୍ୟା ତଥ୍ୟରୁ ଜଣାପଡ଼ିଛି ଯେ, ରିଲାଏନ୍ସ ଜିଓ ଓଡ଼ିଶାରେ ସବୁଠୁ ପସନ୍ଦର ମୋବାଇଲ ସେବା ପ୍ରଦାନକାରୀ ଭାବେ ଏହାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିଥିବା ବେଳେ ୨୦୧୯ ଜୁନରେ ରାଜ୍ୟରେ ୩.୬୧ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଛି । ଏହି ମାସରେ ଅନ୍ୟ ସବୁ ମୋବାଇଲ ସେବା ପ୍ରଦାନକାରୀଙ୍କ ଗ୍ରାହକ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ରାଜ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ବଜାର ଅଂଶ ୩୧%ରେ ପହଚିଂଛି । ଓଡ଼ିଶାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ଜୁନରେ ୨.୦୨ ଲକ୍ଷ ବଢିଥିବା ବେଳେ ବିଶେଷ କରି ଜିଓର ସୁଦୃଢ ଯୋଗଦାନ ଯୋଗୁ ଏହା ହୋଇପାରିଛି ଏବଂ ଅନ୍ୟ ସମସ୍ତ ମୋବାଇଲ ସେବା ପ୍ରଦାନକାରୀଙ୍କ ଗ୍ରାହକ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି ବୋଲି ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି । ଏଠାରେ ଏହା ଉଲ୍ଲେଖ କରିବା ଯୋଗ୍ୟ ଯେ, ରିଲାଏନ୍ସ ଜିଓ ଏହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ ଓ ବିଭିନ୍ନ ସ୍ଥାନକୁ ଦ୍ରୁତ ଗତିରେ ଅପହଂଚ ଅଂଚଳକୁ ୪ଜି ନେଟୱର୍କର ସଂପ୍ରସାରଣ ଏବଂ ଗ୍ରାମାଚଂଳ ଓ ଅର୍ଦ୍ଧ ସହରାଚଂଳ ଲୋକଙ୍କ ପାଖରେ ବହୁଳ ଭାବେ ଲୋକପ୍ରିୟ ଭାରତର ସ୍ମାର୍ଟଫୋନ-ଜିଓଫୋନ ଜରିଆରେ ପ୍ରତି ମାସରେ ଏହା ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ୁଛି ।

ଟ୍ରାଇ ପକ୍ଷରୁ ୨୦୧୯ ଜୁନର ମୋବାଇଲ ଗ୍ରାହକ ତଥ୍ୟ ଜାରି କରାଯାଇଥିବା ବେଳେ ୨୦୧୯ର ପ୍ରଥମ ଛଅ ମାସରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୪ ଲକ୍ଷ ହ୍ରାସ ପାଇଥିବା ଜଣାପଡ଼ିଛି । ଏହି ଛଅ ମାସ ଭିତରେ ୨୦.୮ ଲକ୍ଷ ନୂଆ ଗ୍ରାହକ ଯୋଗ କରି ରିଲାଏନ୍ସ ଜିଓ ଅଗ୍ରଣୀ ସ୍ଥାନରେ ରହିଥିବା ବେଳେ ବିଏସଏନଏଲ ସମାନ ଅବଧିରେ ୧.୮ ଲକ୍ଷ ଗ୍ରାହକ ଯୋଡ଼ି ଦୂରରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଛଅ ମାସ ଭିତରେ ଭୋଡାଫୋନ ୧୩.୨ ଲକ୍ଷ ମୋବାଇଲ ଗ୍ରାହକ ହରାଇଥିବା ବେଳେ ଭାରତୀ ଏୟାରଟେଲ ରାଜ୍ୟରେ ଏହି ସମୟରେ ୧୦.୬ ଲକ୍ଷ ଗ୍ରାହକଙ୍କୁ ହରାଇଛି ।

ଗ୍ରାହକ ଦୃଷ୍ଟିକୋଣରୁ ଭୋଡାଫୋନ ଆଇଡିଆ ଓ ଭାରତୀ ଏୟାରଟେଲକୁ ଅତିକ୍ରମ କରି ଦେଶର ସର୍ବବୃହତ ମୋବାଇଲ ସେବା ପ୍ରଦାନକାରୀ ହୋଇପାରିଥିବା ରିଲାଏନ୍ସ ଜିଓ ୨୦୧୯ ଜୁନ ମାସରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ିବାର ଧାରାକୁ ବଜାୟ ରଖିଥିବା ଟ୍ରାଇର ରିପୋର୍ଟରୁ ଜଣାପଡ଼ିଛି। ୨୦୧୯ ଜୁନରେ ରିଲାଏନ୍ସ ଜିଓ ସମଗ୍ର ଦେଶରେ ୮୨.୬୮ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଭୋଡାଫୋନ ଆଇଡିଆ ୪୧.୪୫ ଲକ୍ଷ ଗ୍ରାହକ ହରାଇଛି ସେହିପରି ବିଏସଏନଏଲର ଗ୍ରାହକ ସଂଖ୍ୟାରେ ୨.୬୬ ଲକ୍ଷର ବୃଦ୍ଧି ହୋଇଛି । ୨୦୧୯ ଜୁନରେ ୩୬ ଲକ୍ଷ ନୂଆ ଗ୍ରାହକ ଯୋଡ଼ି ହେବା ସହିତ ଦେଶର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୧୧୬.୫ କୋଟିକୁ ବୃଦ୍ଧି ପାଇଛି, ଯେଉଁଥିରେ ଜିଓ ସବୁଠୁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।

 

ରିଲାଏନସ ଜିଓ ଆଣୁଛି ଗିଗାଫାଇବର, ମାସକୁ 6 ଶହ ଟଙ୍କାର ମିଳିବ ବ୍ରଡବ୍ୟାଣ୍ଡ , ଅସୀମିତ ଲ୍ୟାଣ୍ଡଫୋନ କଲ ଏବଂ ଟିଭି ଚ୍ୟାନେଲ

Categories
ବିଶେଷ ଖବର ବ୍ୟବସାୟ

ରିଲାଏନସ ଜିଓ ଆଣୁଛି ଗିଗାଫାଇବର, ମାସକୁ 6 ଶହ ଟଙ୍କାର ମିଳିବ ବ୍ରଡବ୍ୟାଣ୍ଡ , ଅସୀମିତ ଲ୍ୟାଣ୍ଡଫୋନ କଲ ଏବଂ ଟିଭି ଚ୍ୟାନେଲ

ସମୀକ୍ଷା ବ୍ୟୁରୋ

ପୁଣି ଥରେ ଭାରତରେ ବିଶ୍ବର ପ୍ରତିଷ୍ଠିତ ଶିଳ୍ପପତି ତଥା ଟେଲିକମ ଶିଳ୍ପରେ ଏକ ବିପ୍ଲବ ଆଣିଥିବା ମୁକେଶ ଆମ୍ବିନୀଙ୍କ ଜିଓ ରିଲାଏନସ ଆଣୁଛି ଆଉ ଏକ ବଡ ବିପ୍ଲବ। ତାହା ହେଉଛି ଗିଗାଫାଇବର ସଂଯୋଗ। ଏଥିରେ ଘର ଭିତରେ ଆପଣ ଆପଣଙ୍କ କଂପୁଟରରେ ପାଇପାରିବେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ, ଟେଲିଭିଜନରେ ଶହଶହ ଚ୍ୟାନେଲ ଏବଂ ଲ୍ୟାଣ୍ଡଫୋନରେ ମାଗଣା ଅସୀମିତ କଲ। ଇଣ୍ଟରନେଟରେ ଗ୍ରାହକ ଦୈନିକ 100 ଜିବି ଡାଟା ଯାହାକି 100 ଏମବି ପ୍ରତି ସେକେଣ୍ଡରେ ପାଇପାରିବେ। ବର୍ତ୍ତମାନ ଗ୍ରାହକମାନେ ଘରେ ଇଣ୍ଟରନେଟ ପାଇଁ ଅତିକମରେ 5ଶହ ଟଙ୍କା, ଲ୍ୟାଣ୍ଡଫୋନ ପାଇଁ ଦୁଇଶହ ଟଙ୍କା ଏବଂ ଟିଭି ଚ୍ୟାନେଲ ପାଇଁ ପ୍ରାୟ 5ଶହ ଟଙ୍କା ଦେବାକୁ ପଡୁଛି। ହେଲେ ଗିଗାଫାଇବର ସଂଯୋଗରେ ଏସବୁ ସେବା ମାତ୍ର ଛଅ ଶହ ଟଙ୍କାରେ ଅର୍ଥାତ ଅଧା ଦାମରେ ରିଲାଏନସ କଂପାନୀ ଯୋଗାଇ ଦେବ।

2018 ମସିହା ଅଗଷ୍ଟ ମାସରୁ ରିଲାଏନସ ଜିଓ ଦେଶରେ ଗିଗାଫାଇବର ସେବା ଆରମ୍ଭ କରିଛି। ପ୍ରଥମେ ପରୀକ୍ଷା ମୂଳକଭାବେ ମୁମ୍ବାଇ ଓ ନୂଆଦିଲ୍ଲୀରେ ଆରମ୍ଭ କରାଯାଇଛି। ରିଲାଏନସ କଂପାନୀର ଜୁଲାଇ ମାସରେ ବସିଥିବା ବାର୍ଷିକ ସାଧାରଣ ବୈଠକରେ କଂପାନୀର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଘୋଷଣା କରିଥିଲେ ଯେ, ଗିଗାଫାଇବର ହେବ ବିଶ୍ବର ବୃହତ ଲ୍ୟାଣ୍ଡ ଲାଇନ ସେବା। ଯାହା ଦେଶର ଏକାଥରକେ 11 ଶହ ସହରରେ କାମ ଆରମ୍ଭ କରାଯିବ। ସେହି ଅନୁସାରେ ବର୍ତ୍ତମାନ କଂପାନୀ ତରଫରୁ ବିଭିନ୍ନ ସହରରେ ଏହି ସେବା ଆରମ୍ଭ କରିବାକୁ ଯୋଜନା କରିଛି।

ବର୍ତ୍ତମାନ ଜାଣିବା ଏହି ଯୋଜନାରେ କଣ ସବୁ ରହିଛି

1-ଆପଣଙ୍କ ଘରକୁ ରିଲାଏନଲସ ଗିଗାଫାଇବର ଏକ ଲ୍ୟାଣ୍ଡଲାଇନ ଦେବ। ଘର ନିକଟରେ ଥିବା କେବୁଲ ମାଧ୍ୟମରୁ ଏହି ଲାଇନ ଘର ସହିତ ସଂଯୋଗ କରାଯିବ। ଏଥିରେ ମାଗଣା ଅସୀମିତ କଲ ଗ୍ରାହକମାନେ କରିପାରିବେ।

2-ଫୋନ ଲାଇନ ସହିତ ଆଉ ହାଇସ୍ପିଡ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ କନେକସନ ଦିଆଯିବ। ଏହାଦ୍ବାରା ଆପଣଙ୍କ ଘରେ ଥିବା ସମସ୍ତ ଡିଭାଇସ ସହିତ ୱାଫାଇରେ ଏହାକୁ କନେକଟ କରିପାରିବେ।

3-ଏହି ଗିଗାଫାଇବର ମାଧ୍ୟମରେ ଆସୁଥିବା ଇଣ୍ଟରନେଟ ମାଧ୍ୟମରେ ଆପଣଙ୍କ ଟିଭିକୁ ସଂଯୋଗ କରାଯିବ। ଫଳରେ ଆପଣ ଶତାଧିକ ଚ୍ୟାନେଲ ଏହି କେବୁଲ ମାଧ୍ୟମରେ ଦେଖିପାରିବେ।

4-ଏହି ଇଣ୍ଟରନେଟ ମାଧ୍ୟମରେ ଆପଣଙ୍କ ଟିଭିରେ ଅଲଟ୍ରା ଏଚଡି ମନୋରଂଜନର ମଧ୍ୟ ସୁବିଧା ରହିବ

5-ଏଥିରେ ଆପଣ ଘରେ ବସି ଭିଡିଓ କଂନଫ୍ରେସିଂ କରିବାର ମଧ୍ୟ ସୁବିଧା ଉପଲବ୍ଧ କରାଯିବ।

6-ଏଥିରେ ଭର୍ଚୁୟାଲ ରିଆଲିଟି ଗେମ୍ ଏବଂ ସପିଂ ର ମଧ୍ୟ ସୁବିଧା ରହିବ

7-ସ୍ମାର୍ଟ ହୋମ ସଲ୍ୟୁସନ ସେବା ମଧ୍ୟ ପ୍ରଦାନ କରାଯିବ

ହେଲେ ଗ୍ରାହକମାନେ ଏହି ସଂଯୋଗ ନେବାକୁ ହେଲେ ପ୍ରଥମେ ଏକ ରାଉଟର କିଣିବାକୁ ପଡିବ। ଯାହାର ମୂଲ୍ୟ ରହିଛି 4 ହଜାର 500 ଟଙ୍କା। ଏହା ପରେ କଂପାନୀ ତରଫରୁ ଆପଣଙ୍କ ଘରେ ଗିଗାଫାଇବର ସଂଯୋଗ କରାଯିବ। ତେବେ ଏହି ସେବା ଆପଣଙ୍କ ସହରରେ ଉପଲବ୍ଣ ହେବା ପରେ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ। ସେଥିପାଇଁ ଗ୍ରାହକମାନେ gigafiber,jio.com/registration କୁ ଲଗଅନ କରି ରେଜିଷ୍ଟ୍ରେସନ କରିବାକୁ ପଡିବ। ବର୍ତ୍ତମାନ ରିଲାଏନସର ଏହି ସେବା ଆସିବା ପରେ ଦେଶର ଅନେକ କେବୁଲ ଅପରେଟର, ଡିଟିଏଚ ସେବା ପ୍ରଦାନକାରୀ ସଂସ୍ଥାଗୁଡିକର ଅବସ୍ଥା କଣ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

( ଘରେ ବସି ମୋବାଇଲରେ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )

 

 

Categories
ଆଜିର ଖବର

ହାପ୍‌ଟିକ୍‌ର ୮୭ ପ୍ରତିଶତ ଅଂଶଧନ କିଣିଲା ରିଲାଏନ୍ସ ଜିଓ

ରିଲାଏନ୍ସ  ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ କମ୍ପାନୀ ରିଲାଏନ୍ସ ଜିଓ ହାପ୍‌ଟିକ୍‌ର ୮୭ ପ୍ରତିଶତ ଅଂଶଧନ କ୍ରୟ କରିଛି। ୭୦୦ କୋଟି ମୂଲ୍ୟରେ କମ୍ପାନୀ ଏହି ୮୭ ପ୍ରତିଶତ ଅଂଶଧନ କିଣିଥିବା ବେଳେ ପ୍ରାରମ୍ଭିକ ଭାବରେ ହାପ୍‌ଟିକକୁ ୨୩୦ କୋଟି ପ୍ରଦାନ କରିଛି ଜିଓ। ବଳକା ୪୭୦ କୋଟିର ଅର୍ଥରାଶି ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରଦାନ କରାଯିବ ବୋଲି ଜଣାପଡିଛି। କମ୍ପାନୀର ବଳକା ୧୩ ପ୍ରତିଶତ ଅଂଶଧନ କମ୍ପାନୀର ପ୍ରତିଷ୍ଠାତା ଅକ୍ରିତ୍‌ ବୈଶ ଏବଂ କିଛି କର୍ମଚାରୀଙ୍କ ନିକଟରେ ରହିବ। ଏହି କମ୍ପାନୀ ଅଧିଗ୍ରହଣ ପରେ ଖୁବ୍‌ଶୀଘ୍ର ଜିଓ ନିଜର ସ୍ବତନ୍ତ୍ର ଆପ୍‌ର ଲଞ୍ଚ କରିବ ବୋଲି ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନୀ କହିଛନ୍ତି। ସ୍ବଦେଶୀ  ବୈଷୟିକ କୌଶଳ ବ୍ୟବହାର କରି ଆମାଜନ୍‌ର ଆଲେକ୍ସା କିମ୍ବା ଆପଲ୍‌ର ସିରି ପରି ଏହି ଆପ୍‌ ହେବ ଯେଉଁଥିରେ କି ବିଭିନ୍ନ ଭାରତୀୟ ଭାଷା ଅନ୍ତର୍ଭୁକ୍ତ ରହିବ ବୋଲି ଶ୍ରୀ ଅମ୍ବାନୀ ପ୍ରକାଶ କରିଛନ୍ତି। ବିଗତ ଦୁଇ ମାସ ମଧ୍ୟରେ ରିଲାଏନ୍ସ ଜିଓର ଏହା ଷଷ୍ଠ ଷ୍ଟାର୍ଟଅପ୍‌ ଅଧିଗ୍ରହଣ। ୨୦୧୭-୧୮ ଆର୍ଥିକ ବର୍ଷରେ ହାପ୍‌ଟିକ୍‌ର ଆୟ ୪.୬ କୋଟି ରହିଥିଲା ଏବଂ କମ୍ପାନୀ ୨୨.୫ କୋଟିର କ୍ଷତି ସହିଥିଲା।