ଭିଭିଆଇପି ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କଲେ ଉଦ୍ଧବ ସରକାର, ସଚିନ୍‌ଙ୍କ ସୁରକ୍ଷା କମାଇ ଆଦିତ୍ୟଙ୍କ ସୁରକ୍ଷା ବଢାଇଲେ

Published: Dec 25, 2019, 1:16 pm IST

ମୁମ୍ବାଇ, 25/12:  ମହାରାଷ୍ଟ୍ରରେ ଉଦ୍ଧବ ସରକାର  କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ଏକ୍ସ  କ୍ୟାଟେଗୋରୀର ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରିଛନ୍ତି। ଏହାସହିତ ଶିବସେନା ବିଧାୟକ ତଥା ପୁତ୍ର ଆଦିତ୍ୟ ଠାକ୍‌ରେଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇଛନ୍ତି। ପୂର୍ବରୁ ଆଦିତ୍ୟଙ୍କୁ ଓ୍ବାଇ ପ୍ଲସ୍‌ ଯୋଗାଇ ଦିଆଯାଉଥିବାବେଳେ ଏବେ ଏହାକୁ ଜେଡ୍‌ ପ୍ଲସ୍‌ କରାଯାଇଛି । ସେହିପରି ଆନ୍ନା ହଜାରେଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇଛନ୍ତି। ମଙ୍ଗଳବାର ସୁବେରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ରାଜ୍ୟର ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ବାବଦରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ର ପୁଲିସ ଅଧିକାରୀଙ୍କ ସୁଚନା ଅନୁଯାୟୀ ସଚିନଙ୍କ ସୁରକ୍ଷା ବ୍ୟବସ୍ଥା ଏକ୍ସ କ୍ୟାଟାଗୋରୀ ଅନ୍ତର୍ଭୁକ୍ତ ଥିଲା। ତାଙ୍କ ସହିତ ଜଣେ ପୁଲିସ କନେଷ୍ଟବଳ ଚବିଶ ଘଣ୍ଟା ରହୁଥିଲେ। ଏବେ ଏହି ସୁରକ୍ଷା ବ୍ୟବସ୍ଥାକୁ ମହାରାଷ୍ଚ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଏହା ବ୍ୟତୀତ ଉତ୍ତର ପ୍ରଦେଶ ପୂର୍ବତନ ରାଜ୍ୟପାଳ ରାମ ନାଇକଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଯାଇଥିଲା। ଏବେ ସୁରକ୍ଷାରେ ଢ଼ିଲା କରାଯାଇ ତାଙ୍କୁ ଏକ୍ସ କ୍ୟାଟାଗୋରୀର ଅନ୍ତର୍ଭୁକ୍ତ କରାଯାଇଛି। ମହାରାଷ୍ଟ୍ର ସରକାର ରାଜ୍ୟର ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ବାବଦରେ ସମୀକ୍ଷା ବୈଠକ କରିଥିଲେ। ଯେଉଁଥିରେ ରାଜ୍ୟର ଅନେକ ଭିଭିଆଇପି ବ୍ୟକ୍ତିଙ୍କ ସୁରକ୍ଷାରେ ପରିବର୍ତ୍ତନ କରାଯାଇଛି। ମୋଟ୍ 97 ଜଣ ବ୍ୟକ୍ତିଙ୍କ ସୁରକ୍ଷା ବାବଦରେ ସରକାର ସମୀକ୍ଷା କରିଥିଲେ। (ଏଜେନ୍ସି)

Related posts