Categories
ଆଜିର ଖବର ଜାତୀୟ ଖବର

କରୋନାକୁ ନେଇ ବିରୋଧୀ କରିବେ ବୈଠକ : ମମତା ଓ ଉଦ୍ଧବଙ୍କ ସମେତ 15ଟି ଦଳର ନେତା ହେବେ ସାମିଲ୍‌

ନୂଆଦିଲ୍ଲୀ : କରୋନା ସଂକଟକୁ ନେଇ ବିରୋଧୀ ନେତାମାନେ ଏକ ବିଶାଳ ବୈଠକ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ଅପରାହ୍ନ ତିନି ଘଟିକାରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଡିଏମ୍‌କେ ନେତା ଏମ୍‌କେ ଷ୍ଟାଲିନଙ୍କ ସମେତ ଅନ୍ୟ ନେତାମାନେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ । ଏହି ବୈଠକରେ 15ଟି ରାଜନୈତିକ ଦଳ ଯୋଗ ଦେବେ ବୋଲି ସୂଚନା ରହିଛି । ତେବେ ଏହି ବୈଠକରେ କଂଗ୍ରେସ କି କଂଗ୍ରେସ ତରଫରୁ କେହି ପ୍ରତିନିଧି ଯୋଗ ଦେବା ନେଇ କୌଣସି ସୂଚନା ମିଳିପାରି ନାହିଁ ।

ଏହି ବୈଠକରେ କରୋନା ଓ ଲକ୍‌ଡାଉନ୍‌କୁ ନେଇ ମୋଦି ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ । ଏହା ସହିତ ରାଜ୍ୟସରକାରଙ୍କ ସହ ସରକାରଙ୍କ ଆଚରଣ ବିଷୟରେ ଆଲୋଚନା ହେବ।

ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଅନୁଷ୍ଠିତ ଏକ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ଭେଦଭାବର ଅଭିଯୋଗ ବାଢିଥିଲେ । ଦେଶର ଏପରି ସଂକଟ ସମୟରେ କେନ୍ଦ୍ର ରାଜନୀତି କରିବା ଅନୁଚିତ ବୋଲି କହିଛନ୍ତି । ସେହିପରି ଅପ୍ରେଲ୍‌ 26 ତାରିଖରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଡାଲିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ।

ତେବେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମମତା ବାନାର୍ଜୀ ଓ ଉଦ୍ଧବ ଠାକ୍‌ରେ ଓ ବିରୋଧୀ ଦଳ ନେତା ମାନେ ନିଜ ନିଜ ରଣନୀତି ପ୍ରସ୍ତୁତ କରିବେ । ଏହା ସହିତ ରିଲିଫ୍‌ ପ୍ୟାକେଜ୍‌ ଉପରେ ମଧ୍ୟ ଚର୍ଚ୍ଚା ହେବ ବୋଲି ସୂଚନା ମିଳୁଛି । ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟଗୁଡିକ ପାଇଁ ରିଲିଫ୍‌ ପ୍ୟାକେଜ୍‌ର ଘୋଷଣା କରିନାହାନ୍ତି ।

Categories
ଆଜିର ଖବର

ଭିଭିଆଇପି ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କଲେ ଉଦ୍ଧବ ସରକାର, ସଚିନ୍‌ଙ୍କ ସୁରକ୍ଷା କମାଇ ଆଦିତ୍ୟଙ୍କ ସୁରକ୍ଷା ବଢାଇଲେ

ମୁମ୍ବାଇ, 25/12:  ମହାରାଷ୍ଟ୍ରରେ ଉଦ୍ଧବ ସରକାର  କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ଏକ୍ସ  କ୍ୟାଟେଗୋରୀର ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରିଛନ୍ତି। ଏହାସହିତ ଶିବସେନା ବିଧାୟକ ତଥା ପୁତ୍ର ଆଦିତ୍ୟ ଠାକ୍‌ରେଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇଛନ୍ତି। ପୂର୍ବରୁ ଆଦିତ୍ୟଙ୍କୁ ଓ୍ବାଇ ପ୍ଲସ୍‌ ଯୋଗାଇ ଦିଆଯାଉଥିବାବେଳେ ଏବେ ଏହାକୁ ଜେଡ୍‌ ପ୍ଲସ୍‌ କରାଯାଇଛି । ସେହିପରି ଆନ୍ନା ହଜାରେଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇଛନ୍ତି। ମଙ୍ଗଳବାର ସୁବେରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ରାଜ୍ୟର ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ବାବଦରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ର ପୁଲିସ ଅଧିକାରୀଙ୍କ ସୁଚନା ଅନୁଯାୟୀ ସଚିନଙ୍କ ସୁରକ୍ଷା ବ୍ୟବସ୍ଥା ଏକ୍ସ କ୍ୟାଟାଗୋରୀ ଅନ୍ତର୍ଭୁକ୍ତ ଥିଲା। ତାଙ୍କ ସହିତ ଜଣେ ପୁଲିସ କନେଷ୍ଟବଳ ଚବିଶ ଘଣ୍ଟା ରହୁଥିଲେ। ଏବେ ଏହି ସୁରକ୍ଷା ବ୍ୟବସ୍ଥାକୁ ମହାରାଷ୍ଚ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଏହା ବ୍ୟତୀତ ଉତ୍ତର ପ୍ରଦେଶ ପୂର୍ବତନ ରାଜ୍ୟପାଳ ରାମ ନାଇକଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଯାଇଥିଲା। ଏବେ ସୁରକ୍ଷାରେ ଢ଼ିଲା କରାଯାଇ ତାଙ୍କୁ ଏକ୍ସ କ୍ୟାଟାଗୋରୀର ଅନ୍ତର୍ଭୁକ୍ତ କରାଯାଇଛି। ମହାରାଷ୍ଟ୍ର ସରକାର ରାଜ୍ୟର ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ବାବଦରେ ସମୀକ୍ଷା ବୈଠକ କରିଥିଲେ। ଯେଉଁଥିରେ ରାଜ୍ୟର ଅନେକ ଭିଭିଆଇପି ବ୍ୟକ୍ତିଙ୍କ ସୁରକ୍ଷାରେ ପରିବର୍ତ୍ତନ କରାଯାଇଛି। ମୋଟ୍ 97 ଜଣ ବ୍ୟକ୍ତିଙ୍କ ସୁରକ୍ଷା ବାବଦରେ ସରକାର ସମୀକ୍ଷା କରିଥିଲେ। (ଏଜେନ୍ସି)

Categories
ଆଜିର ଖବର

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ, ୨୮/୧୧:  ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ। ଶିବାଜୀ ପାର୍କରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଉଦ୍ଧବ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ବହୁ ଜାତୀୟସ୍ତରୀୟ ନେତା ଉପସ୍ଥିତ ଅଛନ୍ତି। ଏନ୍‌ସିପି, କଂଗ୍ରେସର ବହୁ ନେତା ସମେତ ଦେବେନ୍ଦ୍ର ଫଡ୍‌ନଭୀସ୍, ରାଜ ଠାକ୍‌ରେ, ଶିଳ୍ପପତି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ପ୍ରମୁଖ ଉପସ୍ଥିତ ରହିଛନ୍ତି ଉଦ୍ଧବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିୟାରୀ। ଉଦ୍ଧବଙ୍କ ସମେତ ଏକନାଥ ସିନ୍ଧେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।(ଏଜନ୍ସି)

Categories
ଆଜିର ଖବର

ଶିବସେନା ଆଇଟି ସେଲ୍‌ ସଦସ୍ୟ ପଦରୁ ଇସ୍ତଫା ଦେଲେ ରମେଶ ସୋଲଙ୍କୀ

ମୁମ୍ବାଇ, ୨୭/୧୧: ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡ୍‌ନଭାସୀ ଇସ୍ତଫା ଦେବା ପରେ ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ଡ୍ରାମାରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି । ଶିବସେନା-ଏନ୍‌ସିପି-କଂଗ୍ରେସ ମିଳିତ ଭାବରେ ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍‌ରେଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି ।  ବିଜେପି ସହିତ ମେଣ୍ଟ ଭାଙ୍ଗିବା ପରେ ଶିବସେନା ଏନ୍‌ସିପି ଓ କଂଗ୍ରେସ ସହିତ ହାତ ମିଳାଇଛି । ଏହି ତିନି ଦଳଙ୍କ ବିଚାରାଧାରା ଭିନ୍ନ ରହିଥିବାବେଳେ ତିନିହେଁ ଏକାଠି ସରକାର ଗଢିବା ନେଇ ପ୍ରଥମରୁ ପ୍ରଶ୍ନ ଉଠିସାରିଛି । କିନ୍ତୁ ଏବେ ବିରୋଧର ସ୍ବର ଶୁଣିବାକୁ ମିଳିଲାଣି । ଶିବସେନାର ଆଇଟି ସେଲ୍‌ରେ ସଦସ୍ୟ ରମେଶ ସୋଲୋଙ୍କୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫା ଦେବାର କାରଣ ସେ କଂଗ୍ରେସ ସହ ମେଣ୍ଟ ହେବାକୁ ଦର୍ଶାଇଛନ୍ତି । ସାଲୋଙ୍କୀ ନିଜ ଟୁଇଟର୍‌ ଆକାଉଣ୍ଟରେ ଲେଖିଛନ୍ତି ଯେ, ତାଙ୍କ ଅନ୍ତରାତ୍ମା କଂଗ୍ରେସ ସହିତ କାମ କରିବାକୁ ଅନୁମତି ଦେଉନାହିଁ। ସେ ବିବିଏସ୍‌/ ଯୁବସେନା ସହିତ ସମ୍ମାନିତ ପଦରୁ ଇସ୍ତଫା ଦେବା ସହିତ ଉଦ୍ଧବ ଠାକ୍‌ରେ ଓ ଆଦିତ୍ୟ ଠାକ୍‌ରେଙ୍କୁ ଧନ୍ୟବାଦ ଜଣାଇଛନ୍ତି । (ଏଜେନ୍ସି)